ସିରିୟାସ୍ଥିତ ଆମେରିକାର ସାମରିକ ଘାଟି ଉପରେ ବୋମାମାଡ

ୱାଶିଂଟନ: ଆମେରିକା ପକ୍ଷରୁ ଇରାକ ଓ ସିରିୟାରେ ଥିବା ଇରାନ ସମର୍ଥିକ ଉଗ୍ରବାଦୀଙ୍କ ଆଡ୍ଡା ଉପରେ ଜୋରଦାର ଆକ୍ରମଣ କରାଯିବାର ଦିନକ ପରେ ସିରୟାରେ ଥିବା ଆମେରିକୀୟ ସାମରିକ ଘାଟି ଉପରେ ଆକ୍ରମଣ କରାଯାଇଛି । ସୋମବାର ଏହି ଆକ୍ରମଣ ହୋଇଥିବା ଜଣାଯାଇଛି । ଆମେରିକା ସୈନ୍ୟବାହିନୀର ଜଣେ ମୁଖପାତ୍ର ଏହା ସ୍ୱୀକାର କରି କହିଛନ୍ତି ଯେ ଆମେରିକାର ସାମରିକ ଘାଟି ଉପରେ ବୋମାମାଡ କରାଯିବା ପରେ ଆମେରିକୀୟ ସୈନ୍ୟମାନେ ତାହାର ପାଲଟା ଜବାବ ଦେବାସହିତ ସୁରକ୍ଷିତ ସ୍ଥାନକୁ ନିରାପଦରେ ଚାଲିଯାଇôଥଲେ ।
ଏକ ସରକାରୀ ବିବୃତିରେ କଲୋନେଲ ୱେନେ ମାରୋଟୋ କହିଛନ୍ତି, କୌଣସି ଆମେରିକୀୟ ସୈନ୍ୟ ଏଥିରେ ଆହତ ହୋଇନାହାନ୍ତି । ବୋମାମାଡରେ ହୋଇଥିବା କ୍ଷୟକ୍ଷତିର ଆକଳନ କରାଯାଉଛି । ତେବେ ଏହି ଆକ୍ରମଣ ପାଇଁ କିଏ ଦାୟୀ ତାହା ସେ ପ୍ରକାଶ କରିନଥିଲେ । ଇତିମଧ୍ୟରେ ଇରାକରେ ଥିବା ଆମେରିକୀୟ ସୈନ୍ୟ ଓ ସାମରିକ ସ୍ଥଳଗୁଡିକ ଉପରେ ଗତ କିଛିଦିନ ହେଲା ଅତ୍ୟାଧୁନିକ ଡ୍ରୋନ ସାହାଯ୍ୟରେ ଆକ୍ରମଣ ଘଟଣା ବୃଦ୍ଧି ପାଇଥିବା ଆମେରିକା କହିବା ସହିତ ଏହା ପଛରେ ଇରାନ ସମର୍ଥିକ ଉଗ୍ରବାଦୀ ରହିଥିବା ପ୍ରକାଶ କରିଛି ।

Comments are closed.