କାବୁଲ୍‍ରେ ଆତ୍ମଘାତୀ ବିସ୍ପୋରଣ : ମୃତ୍ୟୁ ସଂଖ୍ୟା ୪୦କୁ ବୃଦ୍ଦି

0

କାବୁଲ୍‍: କାବୁଲ୍‍ରେ ଦୁଇଟି ଆତ୍ମଘାତୀ ବିସ୍ଫୋରଣରେ ୪୦ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୧୧ଜଣ ଶିଶୁ ଓ ଶାହା ମାରାଇ ନାମକ ଫ୍ରାନ୍ସର ଜଣେ ଫଟୋ ସାମ୍ବାଦିକ ସମେତ ୯ ଜଣ ସାମ୍ବାଦିକ ଅଛନ୍ତି। ଆଫ୍‍ଗାନ୍‍ ସରକାରୀ ମୁଖପାତ୍ର ୱାହିଦ୍‍ ମାଜରୋହଙ୍କ ସୂଚନା ଅନୁଯାୟୀ ୬୫ଜଣ ଆହତ ହୋଇଥିବା ବେଳେ ୨୭ ଜଣ ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ଆଫ୍‍ଗାନ୍‍ ଇଣ୍ଟେଲିଜେନ୍ସ ସର୍ଭିସ୍‍ ଅଫିସ ନିକଟରେ ସକାଳ ୮ଟା ବେଳେ ୧ ମିନିଟ୍‍ ଅନ୍ତରରେ ଦୁଇ ଦୁଇଟି ଶକ୍ତିଶାଳୀ ବିସ୍ଫୋରଣ ଘଟିଥିଲା। ଦ୍ୱିତୀୟ ବିସ୍ଫୋରଣରେ ହିଁ ସାମ୍ବାଦିକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ନିଜକୁ ସାମ୍ବାଦିକ ପରିଚୟ ଦେଇଥିବା ଜଣେ ସନ୍ଦିଗ୍ଦ ଜନଗହଳିରେ ଆତ୍ମଘାତୀ ବିସ୍ଫୋରଣ କରିଥିବା ପୁଲିସ କହିଛି। ପ୍ରଥମ ବିସ୍ଫୋରଣ ଏକ ମୋଟରସାଇକେଲ୍‍ରୁ ହୋଇଥିଲା। ଏଥିରେ ଘଟଣାସ୍ଥଳରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଆହତ ହୋଇଥିଲେ।

Leave A Reply