ସ୍କୁଲରେ ବିସ୍ଫୋରଣ: ଶିଶୁଙ୍କ ସହ ୭ ମୃତ, ୭୦ ଆହତ

ଇସଲାମାବାଦ : ପାକିସ୍ତାନର ପେଶୱାର ଅନ୍ତର୍ଗତ ଦିର୍‌ କଲୋନିରେ ମଙ୍ଗଳବାର ଏକ ବଡ଼ ଧରଣର ବିସ୍ଫୋରଣରେ ୭ ଜଣଙ୍କ ପ୍ରାଣହାନି ଘଟିଥିବାବେଳେ ୭୦ରୁ ଅଧିକ ଆହତ ହୋଇଛନ୍ତି। ମୃତାହତଙ୍କ ମଧ୍ୟରେ ଅଧିକାଂଶ ଶିଶୁ ବୋଲି ଜଣାପଡ଼ିଛି। ଏକ ଧାର୍ମିକ ବିଦ୍ୟାଳୟରେ ପାଠପଢ଼ା ଚାଲିଥିବାବେଳେ ଏହି ବିସ୍ଫୋରଣ ଘଟିଥିଲା। ଆହତଙ୍କ ମଧ୍ୟରେ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିବା ଅଶଙ୍କା ରହିଛି। ଉଦ୍ଧାର ଓ ସହାୟତା କାର୍ଯ୍ୟ ଜାରି ରହିଥିଲେ ମଧ୍ୟ ବିସ୍ଫୋରଣର କାରଣ ଜଣାପଡ଼ି ନାହିଁ।

Comments are closed.