କରୋନା ଆକ୍ରାନ୍ତଙ୍କ ପାଇଁ ବୋମା ମାଡ଼ !

ବ୍ରହ୍ମଗିରି : କରୋନା ପଜିଟିଭ ଥିବା ଜଣାପଡ଼ିବା ପରେ ସଦର ଥାନା ଅନ୍ତର୍ଗତ ନିଶିଭଅଁର ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ବୋମାମାଡ ହୋଇଥିବା ଜଣାପଡ଼ିଛି। ଏହି ବୋମା ମାଡ଼ରେ ଜଣେ ଆହତ ହୋଇଛନ୍ତି। ଆହତଙ୍କୁ ପ୍ରଥମେ ସ୍ଥାନୀୟ ରେବଣା ନୂଆଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ  ପୁରୀ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଗତକାଲି ସେହି ଗାଁରେ ଜଣେ କରୋନା ପଜିଟିଭ ଚିହ୍ନଟ ପରେ ସେହି କରୋନା ରୋଗୀ ସହ ମିଶିଥିବା ଗୁଜବକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ହାତାହାତି ହୋଇଥିଲା।

Comments
Loading...