ବୋମା ଫୁଟି ନାବାଳକ ଆହତ

0

ଗଞ୍ଜାମ : ବୋମା ଫୁଟି ଜଣେ ନାବାଳକ ଆହତ ହୋଇଛନ୍ତି। ଏପରି ଅଭାବନୀୟ ଘଟଣା ଗଞ୍ଜାମ ଜିଲା କୋଦଳା ଥାନା ଅନ୍ତର୍ଗତ ଦିଗି ଗ୍ରାମରେ ଘଟିଛି। ଆହତ ନାବାଳକ ଜଣକ ନାରାୟଣ ସେଠୀ (୮)। ତାଙ୍କୁ ଉଦ୍ଧାର କରାଯାଇ କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ସୂଚନାଯୋଗ୍ୟ ଯେ, ମଙ୍ଗଳବାର ଅପରାହ୍ନରେ ନାରାୟଣ ଖେଳୁଥିବା ସମୟରେ ହଠାତ ବିସ୍ଫୋରଣ ହୋଇଥିଲା। ବୋମା ଶବ୍ଦ​‌ରେ ନାରାୟଣ ଅଚେତ ହୋଇପଡିଥିଲେ। ଗ୍ରାମବାସୀମାନେ ତାଙ୍କୁ ଉଦ୍ଧାର କରି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ବୋମା କେଉଁ ଠାରୁ ଆସିଲା ତାହା ସ୍ପଷ୍ଟ ହୋଇ ନାହିଁ। ଗ୍ରାମଲୋକେ ଏହାର ତଦନ୍ତ କରିବାକୁ ଦାବି କରିଛନ୍ତି।

Leave A Reply