ଖୋର୍ଦ୍ଧାରେ ବୋମାମାଡ଼

0

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲାର ଗୁରୁଜଙ୍ଗର ୧୮ ନମ୍ବର ୱାର୍ଡ଼ରେ ବୋମାମାଡ଼ ହୋଇଛି । ଶନିବାର ରାତିରେ ସ୍ଥାନୀୟ ବାସିନ୍ଦା ପ୍ରକାଶ ରାଉତରାୟଙ୍କ ଘର ଉପରକୁ ଦୁର୍ବୃତ୍ତମାନେ ୩ଟି ବୋମାମାଡ଼ କରିଥିଲେ । ପୂର୍ବରୁ ମଧ୍ୟ ତାଙ୍କ ବାଜପୁରସ୍ଥିତ ଘର ଓ ପାହାଡ଼ରେ ଥିବା ପ୍ରୋକିନ ମେସିନ ଉପରେ ବୋମାମାଡ଼ ହୋଇଥିବା ପ୍ରକାଶ ଅଭିଯୋଗ କରିଛନ୍ତି । ଏନେଇ ପ୍ରକାଶ ଟାଉନ ଥାନାରେ ଅଭିଯୋଗ କରିଛନ୍ତି। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଦୁର୍ବୃତ୍ତମାନେ ଏହି ବୋମାମାଡ଼ କରିଥିବା ସନ୍ଦେହ କରାଯାଉଛି । ସିସିଟିଭି କ୍ୟାମେରାରେ ବୋମାମାଡ଼ର ଚିତ୍ର କଏଦ ହୋଇଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

Leave A Reply