ଲକ୍ଷ୍ନୌ କୋର୍ଟରେ ବୋମାମାଡ: ଅନେକ ଓକିଲ ଆହତ

ଲକ୍ଷ୍ନୌ: ଲକ୍ଷ୍ନୌର ୱଜିରଗଞ୍ଜ କୋର୍ଟ ପରିସରରେ ଗୁରୁବାର ଅପରାହ୍ନରେ ବୋମା ବିସ୍ଫୋରଣ ହୋଇଛି। ଏଥିରେ ଅନେକ ଆଇନଜୀବୀ ଆହତ ହୋଇଥିବା ଜଣାପଡିଛି। ଘଟଣାସ୍ଥଳରେ ୱଜିରଗଞ୍ଜ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଘଟଣାସ୍ଥଳରୁ ୩ଟି ଜୀବନ୍ତ ବୋମା ଜବତ ହୋଇଛି। ଲକ୍ଷ୍ନୌ ବାର ଆସୋସିଏଶନ ଅଧ୍ୟକ୍ଷ ସଞ୍ଜୀବ ଲୋଧୀ ଟାର୍ଗେଟରେ ଥିଲେ ବୋଲି ଏପର୍ଯ୍ୟନ୍ତ ମିଳିଥିବା ସୂଚନାରୁ ଜଣାପଡିଛି। ବର୍ତ୍ତମାନ କୋର୍ଟ ପରିସରରେ ପୁଲିସ ସଜାଗ ରହି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛି।

ମିଳିଥିବା ସୂଚନା ଅନୁଯାୟୀ, କୋର୍ଟ ପରିସରରେ ଦୁଇ ଜଣ ଆଇନଜୀବୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏହି ଗଣ୍ଡଗୋଳ ଏତେ ମାତ୍ରାରେ ବଢିଯାଇଥିଲା ଯେ ଜଣେ ଅନ୍ୟ ଜଣଙ୍କ ଉପରକୁ ଦେଶୀ ବୋମା ପକାଇ ଆକ୍ରମଣ କରିଥିଲେ। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି। କୋର୍ଟ ପରିସରରେ ଥିବା ଅନ୍ୟ ଆଇନଜୀବୀମାନେ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇବା ସହ ନିଜ ସୁରକ୍ଷା ଦାବି କରିଛନ୍ତି।

Comments are closed.