ବୋମା ଗୁଜବ: ଅହମ୍ମଦାବାଦ-ଦିଲ୍ଲୀ ବିମାନ ୩ଘଣ୍ଟା ବିଳମ୍ବିତ

0

ଅହମ୍ମଦାବାଦ : ବୋମା ଗୁଜବ ନେଇ ଏକ ବିମାନ ପ୍ରାୟ ୩ଘଣ୍ଟା ବିଳମ୍ବିତ ହୋଇଥିବା ଜଣାପଡ଼ିଛି। ସୋମବାର ପୂର୍ବାହ୍ଣ ୧୦.୫୫ରେ ଅହମ୍ମଦାବାଦରୁ ନୂଆଦିଲ୍ଲୀ ଯିବାକୁ ଥିବା ଭିସ୍ତାରା ଏୟାରଲାଇନ୍ସର ୟୁକେ-୯୭୬ ବିମାନରେ ବୋମା ଥିବା ସମ୍ପର୍କରେ ଗୋଆରୁ ଜଣେ କେହି ଫୋନ୍‍ ଯୋଗେ ସୂଚନା ଦେବାରେ କର୍ତ୍ତୃପକ୍ଷ ତୁରନ୍ତ ଏହାର ଉଡ଼ାଣକୁ ଅଟକାଇବା ସହ ବିମାନକୁ ନିଛାଟିଆ ସ୍ଥାନକୁ ନେଇ ତନ୍ନତନ୍ନ କରି ତନଖି କରିଥିଲେ। ତେବେ ବୋମାର ସନ୍ଧାନ ମିଳି ନଥିଲା। ପ୍ରାୟ ତିନି ଘଣ୍ଟା ବିଳମ୍ବରେ ବିମାନ ଛାଡ଼ିଥିଲା।

Leave A Reply