ପୁଲିସ ଉପସ୍ଥିତିରେ ବୋମା ମାଡ଼

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲା ସଦର ଥାନା ଦଳେଇପୁଟରେ ପୁଣିଥରେ ବୋମା ମାଡ଼ ହୋଇଛି। ପୁଲିସ ଉପସ୍ଥିତିରେ କିଛି ଦୁର୍ବୃତ୍ତ ଚାରୋଟି ବୋମା ମାଡ଼ କରି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ଗତ ୧୧ ଓ ୧୮ତାରିଖରେ ଏହି ଗ୍ରାମର ହୃଦାନନ୍ଦ ସାହୁଙ୍କ ଘରକୁ ବୋମା ମାଡ଼ ହୋଇଥିଲା। ଏହାପରେ ଏଠାରେ ପୁଲିସ ସୁରକ୍ଷା ଦିଆଯାଇଥିଲା। ଗୋଟିଏ ପରିବାରକୁ ୪ ଜଣ ପୁଲିସ କର୍ମଚାରୀ ସୁରକ୍ଷା ଦେଇ ଆସୁଥିଲାବେଳେ ଗତକାଲି ପୁଲିସ ଉପସ୍ଥିତିରେ ପୁଣିଥରେ ବୋମା ମାଡ଼ ହୋଇଛି। ଯାହାଦ୍ବାରା ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି। ସିସିଟିଭିରେ ବୋମା ମାଡ଼ ବେଳର ଦୃଶ୍ୟ କଏଦ ହୋଇଛି। ପୂର୍ବରୁ ହୋଇଥିବା ବୋମା ମାଡ଼ ଘଟଣାରେ ଜଣେ ଗିରଫ ହୋଇଥିବା ସୂଚନା ମିଳିଛି।

Comments are closed.