ଅଜଣା ଯୁବକଙ୍କ ବୋମା ମାଡ : ଦୁଇ ଆହତ

ପୁରୀ : ଅଜଣା ଯୁବକଙ୍କ ବୋମା ମାଡରେ ବ୍ରହ୍ମଗିରି ଥାନା ଅନ୍ତର୍ଗତ କଟକପଡା ଗ୍ରାମର ଦୁଇ ଜଣ ଆହତ ହୋଇଛନ୍ତି । ଶୁକ୍ରବାର ରାତି ୧୧ଟାରେ ଗାଁ ଛକ ନିକଟରେ ଛିଡା ହୋଇଥିବା କଟକପଡା ଗ୍ରାମର ନନ୍ଦ ବେହେରା ଓ ନିରଞ୍ଜନ ସେଠୀଙ୍କ ଉପରକୁ ଯୁବକମାନେ ବୋମା ମାଡ଼ କରିଥିଲେ । ସ୍ଥାନୀୟ ଲୋକେ ଉଭୟଙ୍କୁ ରେବଣା ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି। ବୋମା ମାଡର କାରଣ ଅସ୍ପଷ୍ଟ ରହିଛି। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଜଣାପଡ଼ିଛି।

Comments are closed.