ମାଲକାନଗିରିରେ ପୁଣି ବୋମା ଆତଙ୍କ

0

ମାଲକାନଗିରି: ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ଗୋବିନ୍ଦପାଲ୍ଲିରେ ଆଜି ସକାଳୁ ବୋମା ଆତଙ୍କ ସୃଷ୍ଟି ହୋଇଥିଲା । ମୁଖ୍ୟ ରାସ୍ତା ପାର୍ଶ୍ବରେ ଥିବା ଏକ ଗଛ ମୂଳରେ ପଡିଥିବା ପୁରୁଣା ଟିଭିରେ ନକ୍ସଲମାନେ ବୋମା ରଖିଛନ୍ତି ବୋଲି ଗୁଜବ ଖେଳି ଯାଇଥିଲା। ଖବର ପାଇ ଘଟଣା ସ୍ଥଳରେ ବିଏସଏଫ ବାହିନୀ ପହଞ୍ଚି ସ୍ଥାନଟିକୁ କର୍ଡନ କରିଥିଲେ । ପରେ ସେଠାରେ ବୋମା ନିଷ୍କ୍ରିୟକାରୀ ଟିମ୍‌ ପହଞ୍ଚିବା ପରେ ଟିଭିଟିକୁ ବିସ୍ଫୋରଣ କରି ଉଡାଇ ଦେଇଥିଲେ । କେହି ବର୍ଜ ବସ୍ତୁ ଭାବେ ଟିଭିଟିକୁ ଫିଙ୍ଗି ଦେଇଛନ୍ତି ବୋଲି ମାଲକାନଗିରି ଏସପି ଜଗମୋହନ ମିନା କହିଛନ୍ତି ।

Leave A Reply