ସାଧାରଣ ନିର୍ବାଚନରେ ବଲିଉଡ ଅଭିନେତା ଓ ଅଭିନେତ୍ରୀଙ୍କ ଭାଗ୍ୟ ପରୀକ୍ଷା ; ବିଜୟ ପଥରେ ସନି ଦେଓଲ

ନୂଆଦିଲ୍ଲୀ : ଗୁରୁବାର ସାରା ଦେଶରେ ସାଧାରଣ ନିର୍ବାଚନର ଭୋଟ ଗଣତି ଜାରି ରହିଛି । ସାଧାରଣ ନିର୍ବାଚନରେ ବଲିଉଡର କେତେକ ଅଭିନେତା ଓ ଅଭିନେତ୍ରୀ ନିଜର ଭାଗ୍ୟ ପରୀକ୍ଷା କରିଛନ୍ତି । ଏଥର ପ୍ରଥମଥର ପାଇଁ ବିଜେପି ଟିକେଟରୁ ନିର୍ବାଚନ ଲଢୁଥିବା ବଲିଉଡର ଅଭିନେତା ସନି ଦେଓଲ ବିଜୟ ପଥରେ ଥିବା ବେଳେ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର ହାର ସ୍ବୀକାର କରିବାର ଯଥେଷ୍ଟ ସମ୍ଭାବନା ରହିଛି ।

ପଞ୍ଜାବର ଗୁରୁଦାସପୁର ଆସନର ବିଜେପି ପ୍ରାର୍ଥୀ ତଥା ବଲିଉଡ୍ ଅଭିନେତା ସନି ଦେଓଲ ୬୮,୪୫୨ ଭୋଟରେ ଆଗୁଆ ରହିଛନ୍ତି ।

ବଲିଉଡ୍ ଅଭିନେତ୍ରୀ ତଥା ଲୋକସଭା ନିର୍ବାଚନରେ ମହାରାଷ୍ଟ୍ରର ଉତ୍ତର ମୁମ୍ବଇ ଆସନରୁ ଲଢୁଥିବା କଂଗ୍ରେସ ପ୍ରାର୍ଥୀ ଉର୍ମିଳା ମାତୋଣ୍ଡକର ୧,୭୯,୭୨୦ ଭୋଟରେ ପଛୁଆ ରହିଛନ୍ତି ।

ଲୋକସଭା ନିର୍ବାଚନରେ ଉତ୍ତର ପ୍ରଦେଶର ମଥୁରା ଆସନର ବିଜେପି ପ୍ରାର୍ଥୀ ତଥା ଡ୍ରିମ୍ ଗାର୍ଲ ହେମା ମାଳିନୀ ୧,୧୯,୮୩୩ ଭୋଟରେ ଆଗୁଆ ରହିଛନ୍ତି ।

ବଲିଉଡ୍ ଅଭିନେତ୍ରୀ ତଥା ଚଣ୍ଡିଗଡ ଆସନରୁ ବିଜେପି ପ୍ରାର୍ଥୀ କିରଣ ଖେର ୫୭୯୦ ଭୋଟରେ ଆଗୁଆ ରହିଛନ୍ତି ।

ସେହିପରି ଉତ୍ତର ପ୍ରଦେଶର ରାମପୁର ଆସନରେ ବିଜେପି ଟିକେଟରୁ ଲଢୁଥିବା ଅଭିନେତ୍ରୀ ଜୟା ପ୍ରଦା ୬୯୮୩୬ ଭୋଟରେ ପଛୁଆ ରହିଛନ୍ତି ।

Comments are closed.