କରୋନାରେ ପ୍ରାଣ ହରାଇଲେ ଅନିଲ ସୁରି

ନୂଆଦିଲ୍ଲୀ : କରୋନା ଭୂତାଣୁ ସଂକ୍ରମଣରେ ବଲିଉଡର ଚଳଚ୍ଚିତ୍ର ନିର୍ମାତା ଅନିଲ ସୁରିଙ୍କର ପରଲୋକ ହୋଇଛି। ତାଙ୍କୁ ୭୭ବର୍ଷ ହୋଇଥିଲା। ଜୁନ୍‌ ୨ରେ ଅନିଲ ଜ୍ବରରେ ପୀଡିତ ହୋଇଥିଲେ। ୩ ତାରିଖରେ ସ୍ବାସ୍ଥ୍ୟାବସ୍ଥା ଜଟିଳ ହେବାରୁ ତାଙ୍କୁ ଲୀଲାବତି ଓ ହିନ୍ଦୁଜା ହସ୍ପିଟାଲକୁ ନିଆଯାଇଥିଲା; ମାତ୍ର ସେଠାରେ ଚିକିତ୍ସିତ ହେବା ଲାଗି ତାଙ୍କୁ ଶଯ୍ୟା ମିଳି ନଥିଲା। ଗୁରୁବାର ସନ୍ଧ୍ୟାରେ ତାଙ୍କର ପରଲୋକ ହୋଇଥିଲା। ଶୁକ୍ରବାର ସକାଳେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। କର୍ମଯୋଗୀ, ରାଜ ତିଲକ ଭଳି ପ୍ରମୁଖ ଚଳଚ୍ଚିତ୍ରର ନିର୍ମାତା ଥିଲେ ଅନିଲ ସୁରି।

Comments
Loading...