ବିବାଦରେ ଫିଲ୍ମ ‘ଶିକାରା’ : ରିଲିଜକୁ ନେଇ ହାଇକୋର୍ଟରେ ମାମଲା

ମୁମ୍ବଇ : କାଶ୍ମୀର ପଣ୍ଡିତଙ୍କ ଦୁଃଖ ଭରା କାହାଣୀ ଉପରେ ଆଧାରିତ ଚଳଚ୍ଚିତ୍ର ‘ଶିକାରା’କୁ ନେଇ ଦିନକୁ ଦିନ ବିବାଦ ବଢିବାରେ ଲାଗିଛି। ଏହି ସିନେମାକୁ ରିଲିଜ ନକରିବା ପାଇଁ କିଛି ବ୍ୟକ୍ତିମାନେ ଦାବି କରିଛନ୍ତି। ଏହାକୁ ନେଇ ଜାମ୍ମୁକାଶ୍ମୀର ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି। ଚଳଚ୍ଚିତ୍ର ନିର୍ମାତା କାଶ୍ମୀରବାସୀଙ୍କୁ ଭୁଲ ଭାବେ ଚିତ୍ରଣ କରିଥିବା ମାମଲାରେ ଦର୍ଶାଯାଇଛି। କାଶ୍ମୀର ପଣ୍ଡିତଙ୍କୁ ବିତାଡ଼ିତ କରିବା ପଛରେ ସାଧାରଣ କାଶ୍ମୀରବାସୀଙ୍କୁ ଦାୟି କରାଯାଇଛି ବୋଲି ସିନେମାରେ ଦର୍ଶାଯାଇଥିବା ସେମାନେ ଅଭିଯୋଗ କରିଛନ୍ତି।
ଉଲ୍ଲେଖ ଯୋଗ୍ୟ, କାଶ୍ମୀର ପଣ୍ଡିତଙ୍କ ଦୁଃଖ ଭରା କାହାଣୀ ଉପରେ ଆଧାରିତ ଚଳଚ୍ଚିତ୍ର ‘ଶିକାରା’ର କିଛି ପୋଷ୍ଟର ଓ ଟ୍ରେଲର ମଧ୍ୟ ରିଲିଜ୍‍ ହୋଇଥିଲା। ଯାହାକୁ ଦର୍ଶକମାନେ ଖୁବ୍‍ ପସନ୍ଦ କରିଥିଲେ। ଏଥିରେ ଚଳଚ୍ଚିତ୍ରର ମୁଖ୍ୟ କଳାକାର ଆଦିଲ ଖାନ ଓ ସାଦିୟା ନଜର ଆସିଥିଲେ। ଏହି ସିନେମାରେ ସବୁଠାରୁ ଖାସ୍‍ କଥା ହେଉଛି ଚଳଚ୍ଚିତ୍ରକୁ ବାସ୍ତବିକ ରୂପ ଦେବା ପାଇଁ ଏଥିରେ ୪ ହଜାର ଅସଲି କାଶ୍ମୀର ପଣ୍ଡିତଙ୍କୁ ସାମିଲ କରାଯାଇଛି। ବିଧୁ ବିନୋଦ ଚୋପ୍ରାଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର ଚଳିତ ବର୍ଷ ୭ ଫେବୃଆରୀରେ ପରଦାକୁ ଆସିବ।

Comments are closed.