ଅମିତାଭ ବଚ୍ଚନ କରୋନା ସଂକ୍ରମିତ

ମୁମ୍ବଇ : ୨୦୨୦ ବର୍ଷ ବଲିଉଡ ପାଇଁ ଦୁଃଖଦ ବର୍ଷ ସାବ୍ୟସ୍ତ ହେଉଛି। ଗୋଟିଏ ପରେ ଗୋଟିଏ ବଲିଉଡ ପାଇଁ ଖରାପ ଖବର ପ୍ରକାଶ ପାଇବାରେ ଲାଗିଛି। ବଲିଉଡ ଅଭିନେତା ଅମିତାଭ ବଚ୍ଚନ କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି। ତାଙ୍କୁ ଚିକିତ୍ସା​‌ ପାଇଁ ମୁମ୍ବଇର ନାନାବତି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏନେଇ ବିଗ୍ ବି ନିଜେ ଟ୍ବିଟ୍ କରି ସୂଚନା ଦେଇଛନ୍ତି।

ଅମିତାଭ ଟ୍ୱିଟ କରି ଲେଖିଛନ୍ତି ଯେ, ମୁଁ କରୋନାରେ ସଂକ୍ରମିତ ହୋଇଛି ଏବଂ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଛି। ପରିବାରର ଅବଶିଷ୍ଟ ସଦସ୍ୟ ଏବଂ କର୍ମଚାରୀଙ୍କୁ ପରୀକ୍ଷା କରାଯାଉଛି ଏବଂ ରିପୋର୍ଟକୁ ଅପେକ୍ଷା କରାଯାଇଛି। ଏହା ସହିତ ଅମିତାଭ ଯେଉଁମାନେ ଗତ ଦଶ ଦିନ ମଧ୍ୟରେ ତାଙ୍କୁ ଭେଟିଛନ୍ତି ସେମାନଙ୍କ କରୋନା ପରୀକ୍ଷା କରିବାକୁ ନିବେଦନ କରିଛନ୍ତି।

Comments are closed.