ଡ଼୍ରଗ୍ସ ଲିଙ୍କ: ବଲିଉଡ଼ ଫିଲ୍ମ ନିର୍ମାତା ଫିରୋଜ ନାଦିୱାଦୱାଲାଙ୍କ ପତ୍ନୀ ଗିରଫ

ମୁମ୍ବାଇ : ସୁଶାନ୍ତ ସିଂହ ମୃତ୍ୟୁ ପରେ ଡ଼୍ରଗ୍ସ କାରବାରକୁ ନେଇ ଚାଲିଥିବା ଖୋଳତାଡ଼ ଶେଷ ହୋଇନାହିଁ । ନାରକୋଟିକ୍ସ କଂଟ୍ରୋଲ ବ୍ୟୁରୋ  ଫିଲ୍ମ ନିର୍ମାତା ଫିରୋଜ ନାଦିୱାଦୱାଲାଙ୍କ ପତ୍ନୀଙ୍କୁ ନିଶା କାରବାର ଓ ବ୍ୟବହାର ଅଭିଯୋଗରେ ଗିରଫ କରିଛି । ଯାଞ୍ଚ ବେଳେ ଫିରୋଜଙ୍କ ଘରୁ ଏନସିବି ଡ଼୍ରଗ୍ସ ଜବତ କରିଥିଲା । ପତ୍ନୀଙ୍କ ପରେ ଏନସିବି ଫିରୋଜଙ୍କୁ ଜେରା ପାଇଁ ଡ଼ାକିବ ବୋଲି ସୂଚନା ମିଳିଛି ।

ଗତକାଲି ବିଳମ୍ବିତ ରାତିରେ ଏନସିବିର ଏକ ଟିମ୍ କିଛି ଡ଼୍ରଗ୍ସ କାରବାର କରୁଥିବା ବ୍ୟକ୍ତିଙ୍କ ଘରେ ଚଢ଼ଉ କରିଥିଲା । ସେଠାରୁ ସୂଚନା ପାଇବା ପରେ ଫିରୋଜଙ୍କ ଘରେ ଚଢ଼ଉ ହୋଇଥିଲା । ଫିରୋଜ ବଲିଉଡ଼ରେ ଅନେକ ହିଟ୍ ଫିଲ୍ମର ନିର୍ମାତା । ‘ହେରାଫେରି’, ‘ଆୱାରା ପାଗଲ ଦିୱାନା, ‘ୱେଲକମ୍’ ପରି ସେ ଅନେକ ହିଟ୍ ଫିଲ୍ମ ପ୍ରସ୍ତୁତ କରିଛନ୍ତି । ଅନୁରୂପ ଭାବରେ ଆୟକର ଠକେଇ ମାମଲାରେ ଫିରୋଜ ପୂର୍ବରୁ ଗିରଫ ହୋଇଥିଲେ ଓ ତାଙ୍କୁ ୩ ମାସ ଜେଲ ଦଣ୍ଡର ଆଦେଶ ହୋଇଥିଲା ।

Comments are closed.