ଅଭିନେତା ଇରଫାନ ଖାନଙ୍କ ମାତୃ ବିୟୋଗ

ଜୟପୁର : ବଲିଉଡ ଅଭିନେତା ଇରଫାନ ଖାନଙ୍କ ମାଆ ସାଇଡା ବେଗମଙ୍କ ଶନିବାର ଦେହାନ୍ତ ହୋଇଛି। ରାଜସ୍ଥାନର ଜୟପୁରରେ ଥିବା ତାଙ୍କ ବାସଭବନରେ ଇରଫାନଙ୍କ ୮୨ ବର୍ଷ ବୟସ୍କା ମାଆ ଶେଷ ନିଶ୍ୱାସ ତ୍ୟାଗ କରିଥିବା ଜଣାପଡ଼ିଛି। ଇରଫାନଙ୍କ ବାପା ଓ ମାଆ ରାଜସ୍ଥାନର ଟୋଙ୍କର ବାସିନ୍ଦା ହୋଇଥିବାବେଳେ ଇରଫାନ୍ ମଧ୍ୟ ତାଙ୍କ ପିଲାଦିନ ଟୋଙ୍କରେ ଅତିବାହିତ କରିଛନ୍ତି।
ଇରଫାନ୍ ମଧ୍ୟ ଗତ କିଛି ଦିନ ହେବ ସୁସ୍ଥ ଅନୁଭବ କରୁନାହାଁନ୍ତି। ଇରଫାନ୍୨୦୧୭ରେ, କର୍କଟ ରୋଗର ଚିକିତ୍ସା ପାଇଁ ବିଦେଶ ଯାଇଥିଲେ। ବିଦେଶରୁ ସୁସ୍ଥ ହୋଇ ଫେରିବା ପରେ ସେ ଇଂରାଜୀ ମିଡ଼ିଅମ୍ ଚଳଚ୍ଚିତ୍ର ପାଇଁ ସୁଟିଂ କରିଥିଲେ। ଫିଲ୍ମ ରିଲିଜ ହେବା ପରେ ମଧ୍ୟ ସ୍ୱାସ୍ଥ୍ୟ ଖରାପ ଥିବାରୁ ଅଭିନେତା ସମସ୍ତଙ୍କଠାରୁ ଦୂରରେ ରହୁଛନ୍ତି।

Comments are closed.