ଏକା ସାଙ୍ଗର ନଜର ଆସିବେ ରଣବୀର, ଆଲିଆ ଏବଂ କରିନା

0

ନୂଆଦିଲ୍ଳୀ : ହିନ୍ଦୀ ଚଳଚ୍ଚିତ୍ରର ନିର୍ମାତା ତଥା ନିର୍ଦେଶକ କରଣ ଜୋହର ଖୁବଶୀଘ୍ର ଏକ ବିଗ ବଜେଟ୍‍ ଚଳଚ୍ଚିତ୍ର ଆରମ୍ଭ କରିବାକୁ ଯାଉଛନ୍ତି। ଏଥିରେ ବଲିଉଡର ନାମିଦାମୀ କଳାକାର ଅଭିନୟ କରିବେ। ତାଙ୍କର ଏହି ଚଳଚ୍ଚିତ୍ର ପାଇଁ ସେ ବଲିଉଡ୍‍ର ତିନିଜଣ ଆଗ ଧାଡିର କଳାକାରଙ୍କୁ ଏକାଠି କରିବାର ଖବର ସାମ୍ନାକୁ ଆସିଛି। ଏହି ତିନି କଳାକାର ହେଉଛନ୍ତି କରିନା କପୁର ଖାନ୍‍, ରଣବୀର ସିଂହ ଏବଂ ଆଲିଆ ଭଟ୍ଟ। ପ୍ରଥମଥର ପାଇଁ ଏକା ସାଙ୍ଗରେ ବଡ ପରଦାରେ ନଜର ଆସିବେ ଏହି ତିନି କଳାକାର। ମୋଗଲ ସାମ୍ରାଜ୍ୟ ଉପରେ ଏହି ଚଳଚ୍ଚିତ୍ରର କାହାଣୀ ଆଧାରିତ ବୋଲି ଜଣାପଡିଛି।

Leave A Reply