ଖଡକା ଘାଟିରେ ଗଛକୁ ପିଟିଲା ବୋଲେରୋ, ୩ ଗୁରୁତର

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମଇଦଳପୁର ସୀମାନ୍ତ ଆମପାଣି ଘାଟିରେ ଏକ ବୋଲେରୋ ଭାରସାମ୍ୟ ହରାଇ ଏକ ଗଛକୁ ପିଟିହେବା ଫଳରେ ସେଥିରେ ଥିବା ଜଣ ଯାତ୍ରୀ ଗୁରୁତର ହୋଇ କୋକସରା ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି

ସୂଚନା ମୁତାବକ, କଳାହାଣ୍ଡି  ଜିଲ୍ଲା ଭବାନୀପାଟଣା ଗ୍ରାମରୁ ଏକ ବୋଲେରୋ ଯୋଗେ ଭବାନୀପାଟଣା ରୁ କୌଣସି ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଫେରୁଥିବା ସମୟରେ ଆମପାଣି ନିକଟସ୍ଥ ଖଡ଼କା ଘଟି ନିକଟରେ ଭାରସାମ୍ୟ ହରାଇ ଏକ ଗଛକୁ ପିଟି ହୋଇଥିଲା। ଫଳରେ ଗାଦିରେ ବସିଥିବା ଜଣ ଯାତ୍ରୀ ମଧ୍ୟରୁ ଜଣ ଗୁରୁତର ହେବାରୁ ସେମାନଙ୍କୁ କୋକସରା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ଘଟଣାସ୍ଥଳରେ ପାପଡାହାଣ୍ଡି ଏସ୍ଡ଼ିପିଓ ଆଦିତ୍ୟ ସେନ, ପାପଡାହାଣ୍ଡି ଥାନା ଅଧିକାରୀ ସୂବେନ୍ଧୁ ଶବର, ମଇଦଳପୁର ଫାଣ୍ଡି ଅଧିକାରୀ ଅନମୁ ଦିଅନ ପ୍ରମୁଖ ପହଂଚି ଆହତଙ୍କୁ ଉଦ୍ଧାର କରିବା ସହ ତଦନ୍ତ ଚଳାଇଥିବା ଜଣାପଡିଛି

 

 

Comments are closed.