MEllora 950×100

୨ ମହିଳା ମାଓବାଦୀ ନିହତ ଘଟଣା ; ବରିଷ୍ଠ ପୁଲିସ ଅଧିକାରୀଙ୍କ ସମୀକ୍ଷା

ବଲାଙ୍ଗିର : ବଲାଙ୍ଗିର ଗନ୍ଧମାର୍ଦନ ସଂରକ୍ଷିତ ଜଙ୍ଗଲରେ ଗୁରୁବାର ପୁଲିସ-ମାଓବାଦୀ ଗୁଳି ବିନିମୟ ହୋଇଥିଲା । ଏଥିରେ ବଲାଙ୍ଗିର-ବରଗଡ-ମହାସମୁନ୍ଦ ମାଓ ଡିଭିଜନର ୨ମହିଳା ଆସିଷ୍ଟାଣ୍ଡ କମାଣ୍ଡର ଗୀତା ଓ ରଂଜିତା ନିହତ ହୋଇଥିଲେ।  ଶୁକ୍ରବାର ପୁଲିସ ଆଇଜି ଅପରେସନ ଅମିତାଭ ଠାକୁର, ଆଇଜି ସିଆରପିଏଫ ଏସ.କେ.ମହାନ୍ତି, ଗୁଇନ୍ଦା ନିର୍ଦେଶକ ସଂଜୀବ ପଣ୍ଡା, ଉତ୍ତରାଞ୍ଚଳ ଡିଆଇଜି ଡା.ଦୀପକ କୁମାର, ଡିଆଇଜି ଅନିରୁଦ୍ଧ ସିଂହ ଓ ବରିଷ୍ଠ ଅଧିକାରୀ ବଲାଙ୍ଗିର ପହଞ୍ଚି ସ୍ଥିତି ସମୀକ୍ଷା କରିଥିଲେ।

ପରେ ଗଣମାଧ୍ୟମକୁ ସୂଚନା ଦେଇ ଆଇଜି ଅପରେସନ ଶ୍ରୀ ଠାକୁର କହିଛନ୍ତି ୨ମୃତକଙ୍କ ନାଁରେ ୪ଲକ୍ଷ ଟଙ୍କା ପୁରସ୍କାର ରହିଥିଲା। ପୁଲିସ ସେମାନଙ୍କଠାରୁ ୨ଟି ଇନସାସ୍, ମେଗଜିନ, ଜୀବନ୍ତ ଗୁଳି ଓ ମାଓ ସାମଗ୍ରୀ ଜବତ କରିଥିଲେ। ଓଡିଶା ପୁଲିସର ମାଓ ଦମନ ଅଭିଯାନକୁ ଏହା ଅଧିକ ଶକ୍ତିଶାଳୀ କରିଛି । ମାଓବାଦୀ ସମାଜର ମୁଖ୍ୟ ସୂତ୍ରକୁ ଫେରି ଆସନ୍ତୁ ବୋଲି ଶ୍ରୀ ଠାକୁର କହିଛନ୍ତି । ଏହା ପରେ ପୁଲିସ ଓ ସିଆରପିଏଫର ବରିଷ୍ଠ ଅଧିକାରୀସ୍ତରୀୟ ରୁଦ୍ଧଦ୍ବାର ବୈଠକ ହୋଇଛି। ଏଥିରେ ସିଆରପିଏଫରେ ସହକାରୀ କମାଣ୍ଡାଣ୍ଟ ପବନ ତିୱାରୀ, ବଲାଙ୍ଗିର ଏସପି ନୀତିନ କୁଶଲକରଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ।

Comments are closed.