ଚଳିତ ବର୍ଷ ହେବନି ମଠଖାଇ ମହୋତ୍ସବ

ବଲାଙ୍ଗିର: ଚଳିତ ବର୍ଷ ହେବନି ସର୍ବଭାରତୀୟ ବହୁଭାଷୀ ନାଟକ ମଠଖାଇ ମହୋତ୍ସବ। କରୋନା କଟକଣାକୁ ଆଖି ଆଗାରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି। ସ୍ଥାନୀୟ ବଲାଙ୍ଗିର ଆଇନ ମହାବିଦ୍ୟାଳୟର ସମ୍ମିଳନୀ କକ୍ଷ ଠାରେ ମଠଖାଇ ମହୋତ୍ସବର ସାଧାରଣ ପରିଷଦ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ପ୍ରତିବର୍ଷ କୋଶଳ କଳାମଣ୍ଡଳ ପଡିଆର ନୂତନ ମଞ୍ଚରେ ଏହା ଆୟୋଜନ ହୋଇ ଆସୁଥିଲା। ସାମାଜିକ ଓ ଜନଜୀବନ ସୁରକ୍ଷାକୁ ଆଖି ଆଗରେ ରଖି ବାତିଲ କରାଯାଇଛି। ଏହି ବୈଠକରେ ଆନନ୍ଦଚନ୍ଦ୍ର ସାହୁ, ସନାତନ ଠାକୁର, ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ, ସୁଧାଂଶୁ ଶେଖର ପଟ୍ଟନାୟକ, ନିମାଇଁ ଚରଣ ପାଣିଗ୍ରାହୀ, ଦେବତୋଷ ଦର୍ଜୀ, ବ୍ୟାସଦେବ ନନ୍ଦ, ସତ୍ୟ ନାୟକ, ଚିତ୍ତରଂଜନ ଦାଶ, ଜ୍ୟୋତିରାଜ ନାଗ, ଡ.ଶ୍ରୀକର ମିଶ୍ର, ନୟନ କୁମାର ମହାନ୍ତି, ଅସୀମ କୁମାର ଭୋଇ, ଚିତ୍ତରଂଜନ ସାହୁ, ଅନିଲ ମୋଦି,ଶିରିଶ ଚନ୍ଦ୍ର ହୋତା ପ୍ରମୁଖ ଉପସ୍ଥିତ ଥିଲେ।

Comments
Loading...