୩ ଦମ୍ପତ୍ତିଙ୍କୁ ପ୍ରଶାସନର ପ୍ରୋତ୍ସାହନ ରାଶି

ବଲାଙ୍ଗିର: ଭିନ୍ନକ୍ଷମଙ୍କୁ ଜୀବନ ସାଥୀ ଭାବେ ଗ୍ରହଣ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଥିବା ୩ଟି ଦମ୍ପତ୍ତିଙ୍କୁ ବଲାଙ୍ଗିର ଜିଲାପାଳଙ୍କ କାର୍ଯ୍ୟାଳୟରେ ଜିଲା ପ୍ରଶାସନ ପକ୍ଷରୁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି। ଜିଲାପାଳ ଚଞ୍ଚଳ ରାଣା ପ୍ରତ୍ୟେକ ଦମ୍ପତ୍ତିଙ୍କୁ ଅଢେଇ ଲକ୍ଷ ଟଙ୍କାର ଚେକ୍‍ ହସ୍ତାନ୍ତର କରିଥିବା ଜଣାପଡ଼ିଛି। ଜିଲା ପ୍ରଶାସନର ଏଭଳି ପ୍ରୋତ୍ସାହନ ରାଶି ଦ୍ୱାରା ଆଗାମୀ ଦିନରେ ଅନେକ ଭିନ୍ନକ୍ଷମଙ୍କୁ ଜୀବନ ସାଥୀ ମିଳିବ ଓ ସେମାନଙ୍କ ଜୀବନ ଅନ୍ୟମାନଙ୍କ ଭଳି ସ୍ୱାଭାବିକ ହୋଇପାରିବ ବୋଲି ଆଶା କରାଯାଉଛି। ଜିଲା ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ଏମିତି ପଦକ୍ଷେପ ହାତକୁ ନିଆଯାଇଥିବା ସୂଚନା ମିଳିଛି।

Comments are closed.