ଡୁଙ୍ଗରିପାଲି ଗାଁରୁ ୬ଲକ୍ଷ ଟଙ୍କା ଓ ୧୦ ଭରି ସୁନା ଡକାୟତି

ବଲାଙ୍ଗିର/ସଇଁନ୍ତଲା: ସଇଁନ୍ତଲା ବ୍ଲକ ଅନ୍ତର୍ଗତ ବୁଢ଼ାବାହାଲ ପଞ୍ଚାୟତର ଡୁଙ୍ଗୁରିପାଲି ଗାଁରେ ବୁଧୁବାର ବିଳମ୍ବିତ ରାତିରେ ଅଜିତ ସାହୁ ନାମକ ଜଣେ ବ୍ୟବସାୟୀଙ୍କ ଘରେ ଡକାୟତ ଦଳ ପଶି ୬ଲକ୍ଷ ଟଙ୍କା ଓ ୧୦ ଭରି ସୁନା ନେଇଯାଇଥିବା ସଇଁନ୍ତଲା ଥାନାରେ ଅଭିଯୋଗ ହୋଇଛି।

ବ୍ୟବସାୟୀ ଶ୍ରୀ ସାହୁଙ୍କ କହିବା ଅନୁସାରେ, ବୁଧବାର ରାତିରେ ସେ ତାଙ୍କ ସ୍ତ୍ରୀ ଓ ଶଳା ଗଣେଶ ସାହୁ ଖାଇପିଇ ଶୋଇଥିଲେ। ବିଳମ୍ବିତ ରାତିରେ ୬ ଜଣ ମୁଖା ପିନ୍ଧା ଡକାୟତ ଗେଟର ତାଲା ଭାଙ୍ଗିବା ସହ ଘରର ତାଲା ଭାଙ୍ଗି ଭିତରକୁ ପ୍ରବେଶ କରିଥିଲେ। ସମସ୍ତେ ଶବ୍ଦ ଶୁଣି ଉଠିଯାଇଥିଲେ। ଡକାୟତମାନେ ସେମାନଙ୍କୁ ବନ୍ଧୁକ ମୁନରେ ଭୟଭୀତ କରାଇ ଘରେ ଥିବା ୧୦ଭରି ସୁନା ଅଳଙ୍କାର ଓ ନଗଦ ୬ ଲକ୍ଷ ଟଙ୍କା ନେଇ ପଳାଇଥିଲେ। ଅଜିତଙ୍କ ଶଳା ସେମାନଙ୍କୁ ବିରୋଧ କରିବାରୁ ତାଙ୍କୁ ଡ଼କାୟତମାନେ ମାଡ଼ ମାରିବା ସହ ମାରଣାସ୍ତ୍ରରେ ଆକ୍ରମଣ କରିଥିବା ସୂଚନା ମିଳିଛି। ଗୁରୁବାର ଦିନ ସକାଳୁ ଅଜିତ ସଇଁନ୍ତଲା ଥାନାରେ ଅଭିଯୋଗ କରିବାପରେ ଥାନାଧିକାରୀ ଅବନୀ କୁମାର ସାହୁ, ଟିଟିଲାଗଡ଼ ଉପଖଣ୍ଡ ପୁଲିସ ଅଧୀକ୍ଷକ ସୁରେନ୍ଦ୍ରନାଥ ଶତପଥୀ, ବଲାଙ୍ଗିରରୁ ସାଇଣ୍ଟିଫିକ୍‍ ଦଳ ଓ ସନ୍ଧାନୀ କୁକୁର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଥାନାଧିକାରୀ ଶ୍ରୀ ସାହୁ କହିଛନ୍ତି।

Comments are closed.