କଷ୍ଟ ଉପାର୍ଜିତ ଟଙ୍କା ଲୁଟିନେଲେ ଲୁଟିଆ

ବଲାଙ୍ଗିର: ବଲାଙ୍ଗିର ମେହେରମୁଣ୍ଡା ଗାଁର ଚ୍ରକଧର ସୁନା ପାଇପ ମିସ୍ତ୍ରୀ ଭାବେ କାମ କରନ୍ତି। ଶ୍ରୀ ସୁନା ସ୍ଥାନୀୟ ଶାନ୍ତିପଡ଼ା ସ୍ଥିତ ଇଣ୍ଡିଆନ୍‍ ଓଭର୍‍ସିଜ୍‍ ବ୍ୟାଙ୍କରୁ ୧ଲକ୍ଷ ୫୨ ହଜାର ଟଙ୍କା ଉଠାଇଥିଲେ। ନିଜ ବାଇକରେ ଡିକି ନଥିବାରୁ ଗାଡି ମରାମତି ଆବଶ୍ୟକ ସରଞ୍ଚାମ ରଖିବା ପାଇଁଥିବା ଟୁଲ୍‍ ବକ୍ସରେ ଏହି ଟଙ୍କାକୁ ରଖି ଗାଁକୁ ଫେରୁଥିଲେ। ଖଦାଲପଡ଼ା କାନାଡା ବ୍ୟାଙ୍କର ଏଟିଏମ୍‍ରୁ କିଛି ଟଙ୍କା ଉଠାଇବାକୁ ସେ ଗାଡି ରଖି ଯାଇଥିଲେ। ଫେରିଲା ବେଳକୁ ତାଙ୍କ ଟୁଲ୍‍ ବକ୍ସ ଖୋଲା ଯାଇଥିବା ଦେଖିବାକୁ ପାଇଥିଲେ। ସେଥିରେ ଟଙ୍କା ନଥିଲା। ଲୁଟିଆମାନେ ଟଙ୍କା ନେଇ ଫେରାର ହୋଇଯାଇଥିବା ନେଇ ସେ ବଲାଙ୍ଗିର ସହରାଞ୍ଚଳ ଥାନାରେ ଅଭିଯୋଗ କରିଛନ୍ତି। ଶ୍ରୀ ସୁନାଙ୍କ ସନ୍ଦେହ ଅନୁସାରେ, ସେ ଇଣ୍ଡିଆନ୍‍ ଓଭର୍‍ସିଜ୍‍ ବ୍ୟାଙ୍କରୁ ଟଙ୍କା କାଢି ଟୁଲ୍‍ ବକ୍ସରେ ରଖିବା ବେଳେ ଟଙ୍କା ଉପରେ ଲୁଟେରାଙ୍କ ନଜର ରହିଥିଲା। ସେମାନେ ତାଙ୍କୁ ପିଛା କରିବା ସହ ସୁଯୋଗ ଦେଖି ଟଙ୍କା ଲୁଟି ପଳାଇ ଯାଇଛନ୍ତି। ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

Comments are closed.