ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣଙ୍କୁ ଗଭୀର ଶ୍ରଦ୍ଧାଂଜଳି

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସାମ୍ବାଦିକ ସଂଘ ପକ୍ଷରୁ ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣଙ୍କୁ ସଂଘ ପକ୍ଷରୁ ଗଭୀର ଶ୍ରଦ୍ଧାଂଜଳି ପ୍ରଦାନ କରାଯାଇଛି। ଷୋମବାର ଅପରାହ୍ନ ୧ଟା ୪୫ମି.ରେ ବଲାଙ୍ଗିର ମାଟିର ସାମ୍ବାଦିକ ଜଗତର ପିତାମହ ଭୀଷ୍ମ ସତ୍ୟନାରାୟଣ ବେହେରାଙ୍କ ଦେହାନ୍ତ ହୋଇଥିବା ବେଳେ କଣ୍ଟାବାଞ୍ଜି ସାମ୍ବାଦିକ ସଂଘ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯିବା ସହ ତାଙ୍କ ଅମର ଆତ୍ମାର ସଦ୍‌ଗତି ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରାଯାଇଛି। ସଂଘ ସଭାପତି ସୁଭାଷ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ହୋଇଥିବା ଏହି ଶୋକସଭାରେ ସଂଘର କାର୍ଯ୍ୟକାରୀ ସଭାପତି ଜୀବନନ୍ଦ ମହାନ୍ତି, ସମ୍ପାଦକ ଗୁରୁଦାୟଲ ହଂସ, କୋଷାଧ୍ୟକ୍ଷ ମୋହନ ସୋନି, କୃତିକର ବାଗ, ଏସ କେ ସମିମ, ହୁଲେଶ୍ୱର ହଂସ, କୈଳାସ ସଗରିୟା ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.