ସମାଜ ପ୍ରଭାବ, ମାନସିକ ଅନଗ୍ରସର ବାସନ୍ତୀଙ୍କ ଘରେ ପହଁଚିଲା ମେଡିକାଲ ଟିମ୍‍

ବଲାଙ୍ଗିର: ବଲାଙ୍ଗିର ସହରର ୱାର୍ଡ ନମ୍ବର ୪ରେ ଥିବା ତାଲପାଲି ପଡାର ନୃସିଂହ ଭୋଇଙ୍କ ଘରେ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ଡାକ୍ତରଖାନାର ମାନସିକ ରୋଗ ବିଭାଗର ଏକ ଦଳ ପହଞ୍ଚିଛନ୍ତି। ତାଙ୍କୁ ଗାଡି ଯୋଗେ ଡାକ୍ତରଖାନାକୁ ନେବା ସହ ସେଠାରେ ଡାକ୍ତର ଚିକିତ୍ସା କରିଥିଲେ। ଏହା ସହ ମେଡିସିନ ପ୍ରଦାନ କରାଯାଇଥିବା ଜଣାପଡିଛି। ଦୈନିକ ଖବର କାଗଜ ‘ସମାଜ’ରେ ୧୯ ବର୍ଷୀୟ ମାନସିକ ଅନଗ୍ରସର ରୋଗୀ ବାସନ୍ତୀ ଭୋଇଙ୍କ ସମ୍ପର୍କରେ ଖବର ପ୍ରକାଶନ ପରେ ତାଙ୍କୁ ପ୍ରାଥମିକ ଚିକିତ୍ସାର ବ୍ୟବସ୍ଥା କରାଯାଇଥିବା ଜଣାପଡିଛି।

Comments are closed.