ବଲାଙ୍ଗିରକୁ ସଫଳତା, ସର୍ବଭାରତୀୟ କରାଟେ ପ୍ରତିଯୋଗିତାରେ ୧୦ ପଦକ ହାସଲ

ଡେସ୍କ: ଗୋଆର ସାଗ କାମ୍ପାଇ ଇନଡୋର ଷ୍ଟାଡିୟମରେ ଦୁଇ ଦିନ ଧରି ଅନୁଷ୍ଠିତ ଜାତୀୟ ସ୍ତରୀୟ କରାଟେ ପ୍ରତିଯୋଗିତାରେ ବଲାଙ୍ଗିର ଜିଲ୍ଲା କରାଟେ ସଂଗଠନର ସମ୍ପାଦକ ତଥା କରାଟେ କୋଚ ଅସୀମ କୁମାର ଭୋଇଙ୍କ ନେତୃତ୍ୱରେ ୭ ଜଣ ପ୍ରତିଯୋଗୀ ଭାଗ ନେଇ ୧୦ଟି ପଦକ ହାସଲ କରିଛନ୍ତି। ଏଥିରେ ମିଥିଲେସ ବେହେରା କାତା ବିଭାଗରେ ବ୍ରୋଂଚ ପଦକ, ସର୍ବେଶ୍ୱର ପୋଡ କୁମିତେରେ ବ୍ରୋଂଚ ପଦକ ଓ କାତାରେ ରୌପ୍ୟ ପଦକ, ସୁବାଶିଷ ପାଣିଗ୍ରାହୀ କୁମିତେରେ ସ୍ୱର୍ଣ୍ଣ ପଦକ ଓ କାତାରେ ବ୍ରୋଂଚ ପଦକ, ସମିକ୍ଷା ଷଡଙ୍ଗି କୁମିତେରେ ବ୍ରୋଂଚ ଓ କାତାରେ ରୌପ୍ୟ ପଦକ, ସ୍ନେହା ଫରିକର କୁମିତେରେ ବ୍ରୋଂଚ ପଦକ ହାସଲ କରିଛନ୍ତି। ଓଡ଼ିଶାରୁ ଜାତୀୟ ରେଫରୀ ଅସୀମ କୁମାର ଭୋଇ ଏଥିରେ ଜଜ୍‍ ଓ ରେଫେରି ଦାୟିତ୍ୱ ତୁଳାଇଥିଲେ। ଏହି ଅବସରରେ ସୋଟୋକାନ ଋୟୁ ଚିଡୋକାଇର ଇଣ୍ଡିଆ ମୁଖ୍ୟ ସେନସାଇ ମହେସ କସୱାହା କୋଚ ଅସୀମ ଭୋଇଙ୍କୁ ଟ୍ରଫି ସହ ସମ୍ମାନିତ କରାଯାଇଥିଲା।

Comments are closed.