ଅସୀଚାଳନା ଚାଳନା ପ୍ରତିଯୋଗୀତା ପାଇଁ ପ୍ରସ୍ତୁତି ବୈଠକ

ବଲାଙ୍ଗୀର: ଆସନ୍ତା ଜୁନ ୧୭ ତାରିଖ ରୁ ୨୦ ତାରିଖ ପର୍ଯନ୍ତ ହେଵାକୁ ଯାଉଥିବା ୩୦ ତମ ଜୁନିଅର ଜାତୀୟ ଅସୀଚାଳନା ପ୍ରତିଯୋଗିତା ପାଇଁ ଆଜି ସ୍ଥାନୀୟ କଟକ ୟୁନିଅନ କ୍ଲବରେ ପୂର୍ବତନ ମନ୍ତ୍ରୀ ତଥା ରାଜ୍ୟ ଅସୀଚାଳନା ସଂଘ ର ସଭାପତି ଶ୍ରୀଯୁକ୍ତ ଅନଙ୍ଗ ଉଦୟ ସିଂଦେଓ ଙ୍କ ସଭାପତିତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି  । ଏନେଇ ଶ୍ରୀଯୁକ୍ତ ସିଂ ଦେଓ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ବହୁ ପ୍ରଶଂସା କରିବା ସହ ଓଡିଶା ସରକାର ରାଜ୍ୟକୁ କ୍ରୀଡାବିତ ମାନଙ୍କ ପାଇଁ କ୍ରୀଡାର ‘ମନ୍ଦିର’ ଭାବରେ ରୂପାନ୍ତରିତ କରିଛନ୍ତି ବୋଲି କହିଛନ୍ତି ।  ତାହା ସହ ଭାରତରେ ଓଡିଶାକୁ କ୍ରୀଡାର ଗୋଟିଏ ସ୍ୱତନ୍ତ୍ର ପରିଚୟ ମୁଖ୍ୟମନ୍ତ୍ରୀ ଦେଇଛନ୍ତି ବୋଲି କହିଥିଲେ ଶ୍ରୀଯୁକ୍ତ ସିଂଦେଓ ।

ଓଡିଶାରେ ତୃତୀୟ ଥର ଜୁନିଅର ଜାତୀୟ ଅସୀଚାଳନା ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଛି । ଏହି ପ୍ରତିଯୋଗିତାରେ ସମଗ୍ର ଦେଶର ୨୭ଟି ରାଜ୍ୟରୁ ପ୍ରାୟ ୮ଶହ ଜଣରୁ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିବେ । ଏନେଇ ରାଜ୍ୟର ୧୭ଟି ଜ଼ିଲ୍ଲା ଅସୀଚାଳନା ସଂଘର କର୍ମକର୍ତ୍ତା ଯୋଗଦେଇ ଥିଲେ ଏହି ବୈଠକରେ ବିଭିନ୍ନ କମିଟି ଗଠନ କରିବା ସହ ଅନ୍ୟ ରାଜ୍ୟରୁ ଅସୁଥିବା ଖେଳାଳି ମାନଙ୍କୁ କେମିତ ଭଲ ବ୍ୟବସ୍ଥା କରାଯିବ ସେନେଇ ଆଲୋଚନା କରିଯାଥିଲା । ଆସନ୍ତା ଜୁନ ୧ତାରିଖରୁ  ଜୁନ  ୧୨ ତାରିଖ ପର୍ଯନ୍ତ ବଲାଙ୍ଗୀର ଠାରେ ଜୁନିଅର ଷ୍ଟେଟ କ୍ୟାମ୍ପ ଅନୁଷ୍ଠିତ ହେବ ବୋଲି ରାଜ୍ୟ ଅସୀଚାଳନା ସଂଘ ସମ୍ପାଦକ ଶ୍ରୀଯୁକ୍ତ ଦେବେନ୍ଦ୍ର ସାହୁ ସୂଚନା ଦେଇଛନ୍ତି । ଏହି ବୈଠକରେ ୟୁନିଅନ କ୍ଲବର ସମ୍ପାଦକ ଜ୍ଞାନଦ୍ର ସିଂହ ସହ ସମ୍ପାଦକ ସୁମିତ ରଂଜନ ପୁରୋହିତ ଯୋଗଦେଇଥିଲେ ।

Comments are closed.