ଚୁକ୍ତି ଭିତ୍ତିକ ଶିକ୍ଷକ ସଂଘର ବୈଠକ

ବଲାଙ୍ଗିର: ସ୍ଥାନୀୟ ସରକାରୀ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ହାଇସ୍କୁଲ ଚୁକ୍ତି ଭିତ୍ତିକ ଶିକ୍ଷକ ସଂଘର ବୈଠକ ସୁଧାଂଶୁ ଶେଖର ବାରିକଙ୍କ ଆହ୍ୱାନରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଦ୍ୱିତୀ ରଂଜନ ମହାଲିଙ୍ଗ ଅଧ୍ୟକ୍ଷତା କରିଥିଲେ। ଉପଦେଷ୍ଟା ନରେଶ ଦ୍ୱାରୀ ଛାତ୍ରର ଭବିଷ୍ୟତ ଗଠନର ଗୁରୁ ଦାୟିତ୍ୱ ଶିକ୍ଷକମାନଙ୍କ ହାତରେ ନ୍ୟସ୍ତ ବୋଲି କହିଥିଲେ। ପୂର୍ବତନ ସଭାପତି ବିନୋଦ ମିଶ୍ର ଶିଶୁମାନଙ୍କ ପ୍ରତିଭାକୁ ପରିପ୍ରକାଶ କରିବାକୁ ହେଲେ ଆଦର୍ଶ ଶିକ୍ଷା ଓ ଉତ୍ତମ ପରିବେଶ ଆବଶ୍ୟକ ବୋଲି କହିଥିଲେ। ବୈଠକରେ ନୂତନ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରାଯାଇଥିଲା। କାର୍ଯ୍ୟକ୍ରମକୁ ଶିକ୍ଷକ ସୁଧୀର କୁମାର ପଧାନ ସଂଯୋଜନା କରିଥିଲେ। କାର୍ଯ୍ୟକ୍ରମରେ ଉପଦେଷ୍ଟା ରଞ୍ଜିତ ମିଶ୍ର, ରାମ ନାରାୟଣ ଦାଶ, ଶିକ୍ଷକ ଗୋବିନ୍ଦ ସାହୁ, ଧୃବ ଚରଣ ସାହୁ, ନଜରୋଲ ପୁଟେଲ, ଲକ୍ଷପତି ପଧାନ, ଦିପେଶ କୁମାର ଗଡୁଆ, ସୁନନ୍ଦା ନାଏକ, ଆଲୋକ ପଧାନ, ଭୋଜରାଜ ମେହେର, ରୋହିତ ରଣା, ମାଣିକରାମ ଜାଲ, ଦଧିସୁଦନ ନାଗ, ମନୋଜ ପଧାନ, ସନ୍ଧ୍ୟାରାଣୀ ମିଶ୍ର, ପୁଜା ତ୍ରିପାଠୀ, କୁଶପୃଷ୍ଟି ବାଗ, ସୁଷମା ପଧାନ, ପଦ୍ମାଳୟା ତ୍ରିପାଠୀ, ଗାୟତ୍ରୀ ମଲ୍ଲିକ ପ୍ରମୁଖ ବିଦ୍ୟାଳୟର ଅନୁଭୁତି କହିଥିଲେ।

Comments are closed.