ଲକ୍ଷେ ଟଙ୍କା ଲାଞ୍ଚ ନେଇ ଧରାପଡିଲେ ଫରେଷ୍ଟର

ବଲାଙ୍ଗିର : ଭିଜିଲାନ୍ସ ଜାଲରେ ଫରେଷ୍ଟର ବାବୁ । ଏକ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ବଲାଙ୍ଗିର ଜିଲା ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ବନ ବିଭାଗ ବିଟର ଫରେଷ୍ଟର ହରିହର ସ୍ବାଇଁ । ଜଣଙ୍କୁ ଜଙ୍ଗଲ ବିଭାଗ ଅଧିନରେ ଠିକା କାମ ଦେବା ବାବଦକୁ ବ୍ୟକ୍ତିଙ୍କ ଠାରୁ ଏକ ଲକ୍ଷ ତିନି ଶହ ଟଙ୍କା ଲାଞ୍ଚ ନେଉଥିଲେ । ଏହି ସମୟରେ ଭିଜିଲାନ୍ସ ତାଙ୍କୁ ଧରିବା ସହ ତାଙ୍କ ଠାରୁ ନଗଦ ଏକ ଲକ୍ଷ ତିନି ସହ ଟଙ୍କା ଜବତ କରିଥିଲା । ବଲାଙ୍ଗିର ଓ ସୋନପୁର ଭିଜିଲାନ୍ସ ବିଭାଗ ଏକ କାଳୀନ ତିନୋଟି ସ୍ଥାନରେ ଚଢାଉ ଜାରି ରଖିଛି । ସେହିପରି ତାଙ୍କର ସରକାରୀ ଆବାସରୁ ୧୭ ଲକ୍ଷ ଟଙ୍କା ନଗଦ ଓ ସୁନା ଗହଣା ଭିଜିଲାନ୍ସ ବିଭାଗ ଜବତ କରି ଅଧିକ ତଦନ୍ତ ଜାରି ରଖିଛି ।

Comments are closed.