ପାଣି ନା ଜହର!

ବଲାଙ୍ଗିର: ସାଲେଭଟା ଜନସ୍ୱାସ୍ଥ୍ୟ ବିଭାଗ ପାଣି ଯୋଗାଣକୁ ନେଇ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ବଲାଙ୍ଗିର ରାଧାରାଣୀପଡ଼ାରେ ପାନୀୟ ଜଳ ଯୋଗାଣ ନାଁରେ ଆବର୍ଜନା ପାଣି ଯୋଗାଣ ହେଉଥିବା ଲୋକେ ଅଭିଯୋଗ କରୁଥିଲେ। କିନ୍ତୁ ସାଲେଭଟାରେ ଯୋଗାଣ ହେଉଥିବା ପାଣି ପୋଡା ମୋବିଲ୍‍ ଭଳି ଦୃଶ୍ୟମାନ ହେଉଛି।

ଏ ସଂପର୍କରେ ଠୋସ୍‍ ପଦକ୍ଷେପ ନେଉ ନାହାନ୍ତି ପଞ୍ଚାୟତ କି ବ୍ଲକସ୍ତରୀୟ ଅଧିକାରୀ। ସାଲେଭଟା ଗାଁ ଲୋକେ ଜନସ୍ୱାସ୍ଥ୍ୟ ବିଭାଗର ପାଣି ଉପରେ ନିର୍ଭର କରୁଥିବା ବେଳେ ଏଭଳି ପାଣି ଆସିବା ଯୋଗୁଁ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି। ଏଥିପ୍ରତି ଦୃଷ୍ଟି ଦେଇ ଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ଦାବି ହେଉଛି ସାଧାରଣରେ।

Comments are closed.