ରାଜମିସ୍ତ୍ରୀ ହତ୍ୟା ଘଟଣା, ୬ ଗିରଫ

ବଲାଙ୍ଗିର: ରାଜମିସ୍ତ୍ରୀ ହତ୍ୟା ଘଟଣାରେ ୬ଜଣଙ୍କୁ ଗିରଫ କଲା ପୁଲିସ। ମୃତ ରାଜମିସ୍ତ୍ରୀ ଓ ଗିରଫ ୬ ଅଭିଯୁକ୍ତ ପଶ୍ଚିମବଙ୍ଗ ମୁର୍ଶିଦାବାଦର ବୋଲି ଜଣାପଡ଼ିଛି। ଗେଟ୍‌ ସରୋବରପଡ଼ାରେ ଗତକାଲି ରାଜମିସ୍ତ୍ରୀଙ୍କ କ୍ଷତାକ୍ତ ମୃତଦେହ ମିଳିଥିଲା। ପୁଲିସ ପକ୍ଷରୁ କୁହାଯାଇଛି ଯେ ରାଜମିସ୍ତ୍ରୀ ହତ୍ୟାକାଣ୍ଡର ପ୍ରକୃତ କାରଣ କ’ଣ ହୋଇଥାଇପାରେ ତାହା ତଦନ୍ତ ଚାଲିଛି। ତେବେ ପ୍ରାଥମିକ ତଦନ୍ତରୁ ମଦ ଓ ମାଂସକୁ ନେଇ ବଚସା ହେବା ପରେ ହତ୍ୟାକାଣ୍ଡ ହୋଇଥିବା ସୂଚନା ମିଳିଛି।

Comments are closed.