ମା’ର ମୃତଦେହକୁ ତିନିଦିନ ଜଗି ବସିଥିଲା କୁନି ଝିଅ

ବଲାଙ୍ଗୀର: ମୃତ୍ୟୁ ଜାଣିନି ମମତାର ବନ୍ଧନ । କଅଁଳ ବୟସରେ ଛଡ଼ାଇନେଲା ମମତାର ପଣତକାନି । ୫ ବର୍ଷର କୁନି ଝିଅ ଜାଣିନି ତା ମା’ ଆଉ ଦୁନିଆଁରେ ନାହିଁ । ସେଥିପାଇଁ ତ ଗତ ତିନି ଦିନ ହେଲା ମା’ ଶବ ପାଖରେ ଜଗି ବସିଛି କୁନି ଝିଅ। ଏପରି ଏକ ହୃଦୟ ବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି ବଲାଙ୍ଗୀର ସହର ସାଗରପଡ଼ାରୁ । ତିନି ଦିନ ହେଲା ମା’ର ମୃତ୍ୟୁ ହୋଇସାରିଛି । ହେଲେ ମା’ ନିଦରୁ ଉଠିବ ଆଉ ତାକୁ କୋଳେଇ ନେବ ଭାବି ୩ ଦିନ ହେଲା ମା’ ଶବ ପାଖରେ ଜଗି ବସିଛି ୫ ବର୍ଷର ଝିଅ । ସୂଚନା ଅନୁଯାୟୀ, ମୃତ ବିଧବା ମହିଳାଙ୍କ ନାଁ କୁନି ନାୟକ ।

ଇନ୍ଦିରାନଗରପଡାର କୁନି ସ୍ବାମୀଙ୍କ ମୃତ୍ୟୁ ପରେ ପ୍ରାୟ ୫ବର୍ଷର ଝିଅ ସହ ସାଗରପଡାର ଶୁଭେନ୍ଦୁ ହୋତାଙ୍କ ଗ୍ୟାରେଜ୍ ଘରେ ରହି ଆଖପାଖ ଅଞ୍ଚଳରେ କାମଧନ୍ଦା କରି ଗୁଜୁରାଣ ମେଣ୍ଟାଉଥିଲେ। ତେବେ ସୋମବାର ସକାଳେ ଝିଅ କୁନି ପାଖପଡୋଶୀଙ୍କ ପାଖକୁ ଯାଇ ତା ମା’ର ମୁହଁରୁ ପୋକ ବାହାରୁଥିବା କହିଥିଲା। ସ୍ଥାନୀୟ ଲୋକେ ଘର ଭିତରକୁ ଯିବା ପରେ ମହିଳାଙ୍କ ମୃତ୍ୟୁ ହୋଇଥିବା ଜାଣିିବାକୁ ପାଇଥିଲେ । ଖବର ପାଇ ବଲାଙ୍ଗିର ଏସଡିପିଓଙ୍କ ନେତୃତ୍ବରେ ଟାଉନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

Comments are closed.