ଦୀପ ତଳ ଅନ୍ଧାର:ମରଣଯନ୍ତା ପାଲଟିଛି ବୋଲଗଡ ପଞ୍ଚାୟତର ଗ୍ରାମ୍ୟ ସଡକ

ବୋଲଗଡ: କେନ୍ଦ୍ର ଏବଂ ରାଜ୍ୟସରକାର ସାଧାରଣ ଜନତାଙ୍କ ହିତକୁ ଦୃଷ୍ଟିରେ ରଖି ଗମନା ଗମନ ପାଇଁ ଗ୍ରାମ୍ୟ ରାସ୍ତାଗୁଡିକୁ ଉନ୍ନତି କରଣ କରୁଥିବାବେଳେ ବ୍ଲକ ଅଞ୍ଚଳରେ ଥିବା ଗ୍ରାମ୍ୟ ସଡକ ଗୁଡିକ ସାଧାରଣ ଜନତାଙ୍କ ପାଇଁ ଯାତାୟତ ଉପଯୋଗୀ ନ ହୋଇ ମରଣଯନ୍ତ୍ରା ପାଲଟିଛି।
ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ସଦର ପଞ୍ଚାୟତର ଗାଁ ମଧ୍ୟସ୍ଥଳ ବଜାରଦେଇ ମୁଖ୍ୟ ୫୭ନଂ ଜାତୀୟ ରାଜପଥକୁ ଯୋଗାଯୋଗ କରୁଥିବା ଏହି ରାସ୍ତାର ସ୍ଥିତି ଦୟନୀୟ ହୋଇପଡିଛି। ଅସରାଏ ବର୍ଷା ହେଲେ ଯାତାୟତ କରିବା ମୁସ୍କୁଲି ହୋଇପଡୁଛି। କାଦୁଅ ପଚ ପଚ ରାସ୍ତା ସାଙ୍ଗକୁ ଖାଲଖମାରେ ଭରପୁର ରାସ୍ତାଟି ବର୍ଷାଦିନେ ଛୋଟ ପୋଖରିର ଭ୍ରମ ସୃଷ୍ଟି କରୁଛି। ପ୍ରତିଦିନ ଏହିରାସ୍ତାଦେଇ ସ୍କୁଲ କଲେଜ ପିଲା,ବ୍ୟବସାୟୀ,ବହୁ ସାଇକେଲ ଆରୋହୀ ଏହି ରାସ୍ତାରେ ଯିବା ଆସିବା କରୁଥିବା ବେଳେ ଏହି ରାସ୍ତାଟି ଓଡିଶା ଗ୍ରାମ୍ୟବ୍ୟାଙ୍କ ଯିବା ପାଇଁ ଏକମାତ୍ର ରାସ୍ତା ହୋଇଥିବାରୁ ବହୁ ଖାତାଧାରୀ ଅକଥନୀୟ ଦୁର୍ଦ୍ଦଶା ଭୋଗୁଛନ୍ତି। ଏ ସମ୍ପର୍କରେ ବୋଲଗଡ ସରପଞ୍ଚ ବବିତା ସାହୁଙ୍କୁ ପଚାରିବାରେ ସେ କୁହନ୍ତି ଏହି ରାସ୍ତାଟି ଗ୍ରାମର ସିସି ରୋଡ ହୋଇଥିବାବେଳେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବ୍ୟୟ ମଞ୍ଜୁର କରାଯାଇଛି। କିନ୍ତୁ ଲଗାଣ ବର୍ଷାର ପ୍ରକୋପ କମିବାପରେ ସେ ନିଜେ ଏହି ରାସ୍ତାଟିକୁ ସ୍ୱତନ୍ତ୍ରଭାବେ ଦେଖି ବଜୁରୀ,ଡଷ୍ଟ ପକାଇ ଏହାକୁ ଯାତାୟତ ଉପଯୋଗୀ କରିବେ ବୋଲି ସୂଚନା ଦେଇଛନ୍ତି।

 

Comments are closed.