ରାଜନଗରରେ ବୋଇତ ବନ୍ଦାଣ ପାଇଁ ପ୍ରସ୍ତୁତି ବୈଠକ

ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ରାଜନଗର ଗ୍ରାମର ପୂଣ୍ୟତୋୟା ବୈତରଣୀ ତଟ ଶୈବ୍ୟା କାବେରୀ ତୀର୍ଥରେ ଐତିହାସିକ ବୋଇତ ବନ୍ଦାଣ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । କରୋନା କଟକଣାକୁ ଆଖି ଆଗରେ ରଖି ଭଜନ ସମାରୋହ , ଆତସବାଜି କାର୍ଯ୍ୟକ୍ରମ ଓ ସାମୂହିକ ପ୍ରସାଦ ସେବନ ବନ୍ଦ ରଖାଯାଇଥିବା ବେଳେ କେବଳ ସୀମିତ ସଂଖ୍ୟକ ଲୋକଙ୍କୁ ନେଇ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ କରାଯିବ ବୋଲି କମିଟି ନିଷ୍ପତି ନେଇଛି। ଏହି ନିଷ୍ପତ୍ତି ସମ୍ପର୍କରେ ପାଟଣା ତହସିଲଦାର ଶିବ ପ୍ରସାଦ ମୁର୍ମୁ ଓ ତୁରୁମୁଙ୍ଗା ଥାନା ଅଧିକାରୀ ସୁଶାନ୍ତ ମଣି ମହାନ୍ତିଙ୍କୁ ସୂଚନା ଦିଆଯାଇଛି । ଆଜିର ପ୍ରସ୍ତୁତି ବୈଠକରେ ସଭାପତି ଭାଗିରଥି ସିଂହ, ସମ୍ପାଦକ ପ୍ରିୟରଂଜନ ସିଂହ, ଦିଲ୍ଲିପ ସିଂହ, ଧରଣୀଧର ଦାଶ ପ୍ରମୁଖ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।

Comments are closed.