ବିଓଆଇ ପକ୍ଷରୁ ୧୧୭ତମ ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ୱର: ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ପ୍ରତିଷ୍ଠା ଦିବସ ଅବସରରେ ବ୍ୟାଙ୍କର ଭୁବନେଶ୍ୱର ଅଞ୍ଚଳ ପକ୍ଷରୁ କେନ୍ଦ୍ରୀୟ ବିଦ୍ୟାଳୟ-୬ଠାରେ ଏକ ବକ୍ତୃତା ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ଏହି ଅବସରରେ  ବ୍ୟାଙ୍କର ଆଞ୍ଚଳିକ ପ୍ରବନ୍ଧକ ମଳୟ ଦାସ ଏସ୍‌ , ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅନନ୍ତ  ନାରାୟଣ ମେହେର, ସୁରକ୍ଷା ବିଭାଗର ମୁଖ୍ୟ ପ୍ରବନ୍ଧକ ବେଦ ପ୍ରକାଶ ଓଝା ଓ ବରିଷ୍ଠ ହିନ୍ଦୀ ପ୍ରଧ୍ୟାପକ ଶ୍ରଦ୍ଧା ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରାୟ ୨୩ଜଣ ଛାତ୍ରଛାତ୍ରୀ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ ।

ବକ୍ତୃତାରେ ତିନିଗୋଟି ବିଷୟ ରହିଥିଲା ଯଥା: ସ୍ୱଚ୍ଛ ଭାରତ ଅଭିଯାନ, ରାଜଭାଷା  ଦିନ୍ଦୀର ମହତ୍ତ୍ୱ ଓ ଆଜାଦୀର ଅମୃତ ମହୋତ୍ସବ । ଶେଷରେ ବିଜେତା ପ୍ରତିଯୋଗୀମାନଙ୍କୁ ସିଲ୍‌ ଏବଂ ପୁରସ୍କାର ଦ୍ୱାରା ସମ୍ମାନିତ କରାଯାଇଥିଲା । ଏହି ଅବସରରେ ମାର୍କେଟିଂ ଅଧିକାରୀ ଜି. ଶିବାନୀଙ୍କ ଦ୍ୱାରା ସୁକନ୍ୟା ସମୃଦ୍ଧି ଯୋଜନା ଉପରେ ଏକ ପିପିଟି ପ୍ରସ୍ତୁତ କରାଯାଇଥିଲା । ରାଜଭାଷା ବିଭାଗର ବରିଷ୍ଠ ପ୍ରବନ୍ଧକ ସୋନିଆ ସାୱନ୍ତ କାର୍ଯ୍ୟକ୍ରମ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।

Comments are closed.