ଲୋକମାନ୍ୟ ତିଲକ ଏକ୍ସପ୍ରେସ ଇଞ୍ଜିନରୁ ଅଲଗା ହେଲା ବଗି

କଟକ: ପୁଣି ଥରେ ଇଞ୍ଜିନରୁ ଅଲଗା ହୋଇଗଲା ବଗି। ସୋମବାର ସକାଳେ ଏଭଳି ଘଟଣା ଦେଖିବାକୁ ମିଳିଛି କଟକର ଚାରବାଟିଆ ଷ୍ଟେଶନ ନିକଟରେ। ଭୁବନେଶ୍ଵରରୁ ମୁମ୍ବଇ ଯାଉଥିବା ଲୋକମାନ୍ୟ ତିଲକ ଏକ୍ସପ୍ରେସ ଟ୍ରେନର ଇଞ୍ଜିନରୁ ୨ଟି ବଗି ଅଲଗା ହୋଇଯାଇଥିଲା। ପରେ ଇଞ୍ଜିନିୟର ଏବଂ କର୍ମଚାରୀମାନେ ପହଞ୍ଚି ମରାମତି କରିଥିଲେ। ମରାମତି ପରେ ଟ୍ରେନ ପୁଣି ଥରେ ଯାତ୍ରା ଆରମ୍ଭ କରିଥିଲା ବୋଲି ରେଲୱେ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.