ବିଜରାଗୁଡା କନ୍ୟା ଶ୍ରମ ପଛପଟ ଜଙ୍ଗଲରୁ ଯୁବକର ଗଳିତ ମୃତଦେହ ଉଦ୍ଧାର

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଳକ ଅନ୍ତର୍ଗତ କୁକୁଡ଼ାବାଇ ପଂଚାୟତର ବିଜିରାଗୁଡା ଗ୍ରାମର କନ୍ୟା ଶ୍ରମ ପଛପଟ କିଛି ଦୂରରେ ଏକ ଯୁବକର ମୃତଦେହ ଉଦ୍ଧାର ହୋଇଛି। ଆଜି ଅପରାହ୍ନରେ ବନ ସୁରକ୍ଷା ସମିତିର ନର୍ସରୀ ନିକଟକୁ ଆଜି ସେହି ଗ୍ରାମର ଯୁବକ ଟଙ୍କ ଜାନୀ ନିଜର ଘର କାର୍ଯ୍ୟ ନିମନ୍ତେ ବାଲି ସଂଗ୍ରହ କରିବାକୁ ଯାଇଥିବା ବେଳେ ସେଠାରେ ଦୁର୍ଗନ୍ଧ ହେଉଥିବା ଜାଣି ଚାରି ପଟେ ଖୋଜିବା ପରେ ନିକଟରେ ଥିବା ଜଙ୍ଗଲରେ ଏକ ଯୁବକର ଗଳିତ ମୃତଦେହ ଦେଖିବାକୁ ପାଇଥିଲେ। ଶେଷରେ ଗ୍ରାମକୁ ଯାଇ ଗ୍ରାମବାସୀଙ୍କୁ ଜଣାଇବା ପରେ ଗ୍ରାମବାସୀ ନବରଙ୍ଗପୁର ଥାନାକୁ ଖବର ଦେଇଥିଲ। ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଥିବା ବେଳେ ଏପର୍ଯ୍ୟନ୍ତ ସେହି ଗଳିତ ମୃତଦେହର ସଠିକ ତଥ୍ୟ କିଛି ମିଳି ପାରି ନାହିଁ।

Comments are closed.