ନିର୍ମାଣାଧୀନ କୋଠା ଭିତରେ ବ୍ୟକ୍ତିଙ୍କ ଗଳିତ ମୃତଦେହ ଠାବ

ପିପିଲି: ପିପିଲି ଥାନା ଅନ୍ତର୍ଗତ ଗୁଡ଼ିଆପୋଖରି ବଜାର ନିକଟ ବଙ୍ଗାଳି ସାହିରେ ଥିବା ଏକ ନିର୍ମାଣାଧୀନ ୪ ମହଲା କୋଠା ଘର ମଧ୍ୟରେ ଜଣେ ବ୍ୟକ୍ତିଙ୍କ ଗଳିତ ମୃତଦେହ ଠାବ ହୋଇଛି। ପୁଲିସ ଘଟଣା ସ୍ଥଳରେ ଉପସ୍ଥିତ ଥିବାବେଳେ ଘର ମାଲିକ ଆସିଲେ ଘର ଖୋଲାଯିବା ବୋଲି ଜଣାପଡ଼ିଛି। ତେବେ ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରି ନାହିଁ।
Related Posts
ସୂଚନା ମୁତାବକ, ଘରୁ ଦୁର୍ଗନ୍ଧ ବାହାରୁଥିବା ନେଇ ଲୋକେ ପୁଲିସକୁ ଖବର ଦେଇଥିଲେ। ଏହାପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘର ଭିତରେ ଏକ ଗଳିତ ମୃତଦେହ ଥିବା ଦେଖିବାକୁ ପାଇଥିଲା।
Comments are closed.