ଓଡିଶା ମୋ ପରିବାର ସହାୟତାରେ ସୁଦୂର ଚେନ୍ନାଇରୁ ଆସିଲା ମୃତଦେହ, ଶବସତ୍କାରରେ ରହିଲେ ବିଧାୟକ

ନବରଙ୍ଗପୁର : ନନ୍ଦାହାଣ୍ଡି ବ୍ଲକ ର ହିର୍ଲିଆଗୁଡା ଗ୍ରାମର ଜଣେ ବ୍ୟକ୍ତି କେତନ ହରିଜନ ଚେନ୍ନାଇ ର ଏକ ରାଇସ ମିଲରେ କାମ କରୁଥିଲେ। ଗତ କିଛି ତଳେ ତାଙ୍କର ମୃତ୍ୟୁ ହୋଇଥିଲା। ଏନେଇ ଗ୍ରାମବାସୀ ବିଧାୟକ ସଦାଶିବ ପ୍ରଧାନୀଙ୍କୁ ମୃତଦେହ ଆଣିବା ପାଇଁ ଅନୁରୋଧ କରିଥିଲେ। ମାନ୍ୟବର ବିଧାୟକ ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟ, ସଂଗଠନ ସମ୍ପାଦକ ବବି ଦାସ, ସଞ୍ଜୟ ଦାସବର୍ମା ଏବଂ ଜିଲ୍ଲା ପ୍ରଶାସନକୁ ଯୋଗାଯୋଗ କରି ଓଡିଶା ମୋ ପରିବାର ସହାୟତାରେ ମୃତଦେହକୁ ସୁଦୂର ଚେନ୍ନାଇ ରୁ ନବରଙ୍ଗପୁର ପର୍ଯ୍ୟନ୍ତ ଅଣାଇଛନ୍ତି ଏବଂ ଉପସ୍ଥିତ ରହି ଶବସତ୍କାର ମଧ୍ୟ କରାଇଛନ୍ତି। ଓଡିଶା ମୋ ପରିବାରର ସଦସ୍ୟ ବିଧାୟକ ମନୋହର ରନ୍ଧାରୀ ମଧ୍ୟ ଶବ ସତ୍କାରରେ ଉପସ୍ଥିତ ଥିଲେ। ଏନେଇ ଗ୍ରାମବାସୀମାନେ ବିଧାୟକ ସଦାଶିବ ପ୍ରଧାନୀଙ୍କୁ ଅଶେଷ କୃତଜ୍ଞତା ଜଣାଇଛନ୍ତି।

Comments are closed.