ବୋଡେନ ପଞ୍ଚାୟତ ସଟ୍‍ଡାଉନ

ଖଡିଆଳ : ନୂଆପଡା ଜିଲା ବୋଡେନ ଠାରେ କରୋନା ପଜିଟିଭ ଚିହ୍ନଟ ପରେ ବୋଡେନ ପଞ୍ଚାୟତକୁ ସଟ୍‍ଡାଉନ ଘୋଷଣା କରାଯାଇଛି। ନୂଆପଡା ଜିଲାପାଳ ଡ. ମଧୁସ୍ମିତା ସାହୁଙ୍କ ନିର୍ଦ୍ଦେଶ କ୍ରମେ ବୋଡେନ ତହସିଲଦାର ରାଜେଶ କୁମାର ମେହେର ୪୮ ଘଣ୍ଟିଆ ବୋଡେନ ପଞ୍ଚାୟତ ସଟ୍‍ଡାଉନ ଘୋଷଣା କରିଛନ୍ତି। ଶନିବାର ସକାଳ ୬ ଘଣ୍ଟାରୁ ସୋମବାର ସକାଳ ୬ ଘଣ୍ଟା ପର୍ଯ୍ୟନ୍ତ ସଟ୍‍ଡାଉନ ରହିବ। ଅତ୍ୟାବଶ୍ୟକ ସେବାକୁ ଛାଡି ଅନ୍ୟ ସବୁ ସେବା ବନ୍ଦ ରହିବାକୁ ନିର୍ଦ୍ଦେଶାନାମା ଜାରୀ କରାଯାଇଛି। ପୁଲିସ ବିଭିନ୍ନ ସ୍ଥାନରେ ଜଗି ରହି ଯାଞ୍ଚ ପରତାଲ କରୁଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ଆଜି ନୂଆପଡା ଜିଲାରେ ୧୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

Comments are closed.