MEllora 950×100

ଦିଲ୍ଲୀରେ ପ୍ରଥମ କିନ୍ନର କାଉନସିଲର

ନୂଆଦିଲ୍ଲୀ : ଦିଲ୍ଲୀ ମହାନଗର ନିଗମ (ଏମସିଡି) ନିର୍ବାଚନ ଫଳ ବୁଧବାର ପ୍ରକାଶ ପାଇଛି । ଏହି ନିର୍ବାଚନରେ ଆପ୍‌ ୧୩୪ଟି ୱାର୍ଡରେ ବିଜୟୀ​‌ ହୋଇ ନିଗମ ଶାସନକୁ ନିଜ ଅକ୍ତିଆରକୁ ନେଇଛି। ଏହି ନିର୍ବାଚନରେ ବିଜୟୀ ହୋଇଥିବା ଆପ୍ କାଉନସିଲରଙ୍କ ମଧ୍ୟରେ ଅଛନ୍ତି ଜଣେ କିନ୍ନର (ତୃତୀୟ ଲିଙ୍ଗ)। ବବି ନାମକ କିନ୍ନର ପ୍ରାର୍ଥୀ ୪୩ ନମ୍ବର ୱାର୍ଡରୁ ଆପ୍‌ ଟିକଟରେ ବିଜୟୀ ହୋଇଛନ୍ତି। ବବି କଂଗ୍ରେସ ପ୍ରାର୍ଥୀ ବରୁଣ ଢାକାଙ୍କୁ ୬,୭୧୪ ଭୋଟରେ ପରାସ୍ତ କରିଛନ୍ତି। ଏମସିଡିରେ ବବି ଏକମାତ୍ର ଓ ପ୍ରଥମ କିନ୍ନର କାଉନସିଲର। ୨୦୧୭ରେ ବବି ସ୍ବାଧୀନ ପ୍ରାର୍ଥୀ ଭାବେ ନିଗମ ନିର୍ବାଚନ ଲଢି ପରାସ୍ତ ହୋଇଥିଲେ। ଦିଲ୍ଲୀର ସୁଲତାନପୁର ଅଞ୍ଚଳରେ ସେ ଜଣେ ପରିଚିତ ମୁହଁ।

Comments are closed.