ଡେରାଶରେ ବୋଟିଂ ସେବା ଶୁଭାରମ୍ଭ

ଚନ୍ଦକା : ଚନ୍ଦକା ଡମପଡ଼ା ଅଭୟାରଣ୍ୟରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ବୋଟିଂ ସେବାର ଶୁଭାରମ୍ଭ କରାଯାଇଛି । ଗତ ଉତ୍କଳ ଦିବସରୁ ଏହାକୁ ଅଣାଯାଇଥିଲା। ପ୍ରତ୍ୟକ ବୋଟ୍ ରେ ୯ ଜଣ ଯାତ୍ରୀ ବୁଲି ପାରିବାର ସୁବିଧା ରହିଛି। ୩୦ ମିନିଟ୍ ବୁଲିବା ପାଇଁ ଜଣ ପିଛା ୧୦୦ ଟଙ୍କା ଧାର୍ଯ୍ୟ କରାଯାଇଛି। ଶନିବାରଏହି ବୋଟିଂ ସେବାର ଶୁଭାରମ୍ଭ କରାଯାଇଥିବା ବେଳେ ଏହାର ମଜା ନେବାପାଇଁ ପର୍ଯ୍ୟଟକଙ୍କ ଭିଡ ପରିଲକ୍ଷିତ ହୋଇଥିଲା। ଏହା ଦ୍ବାରା ଅଭୟାରଣ୍ୟରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବା ସହ ରାଜସ୍ବ ବୃଦ୍ଧି ହୋଇପାରିବ।

Comments are closed.