ଦୁର୍ଘଟଣାରୁ ବର୍ତ୍ତିଲା ବୋଟ୍ : ୯ ମତ୍ସ୍ୟଜୀବୀ ଉଦ୍ଧାର

0

ଧାମରା: ଧାମରାରେ ଏକ ମାଛଧରା ବୋଟ ଦୁର୍ଘଟଣାରୁ ବର୍ତ୍ତି ଯାଇଛି। ଏଥିରେ ଥିବା ୯ଜଣ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରାଯାଇଛି। ସୂଚନାଯୋଗ୍ୟ ଯେ, ଗତକାଲି ବିଳମ୍ବିତ ରାତିରେ ବାସୁଦେବପୁର ନିକଟସ୍ଥ ଚୁଡାମଣୀ ଘାଟରୁ ବାହାରିଥିବା ସର୍ବ ମଂଗଳା ବୋଟ ଧାମରା ନିକଟସ୍ଥ ଗଭୀର ସମୁଦ୍ରରେ ମାଛ ଧରୁଥିବା ବେଳେ ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ଦେଖାଯାଇଥିଲା। ଏହା ଫଳରେ ବୋଟଟି ସମୁଦ୍ର ମଧ୍ୟକୁ ଭାସି ଯାଇଥିଲା। ଏହି ଖବର ପାଇବା ପରେ ଧାମରା ମତ୍ସ୍ୟଜୀବୀ ସଂଘ ଅନ୍ୟ ୨ଟି ବୋଟ ପଠାଇ ଗଭୀର ସମୁଦ୍ରରୁ ବୋଟଟିକୁ ଉଦ୍ଧାର କରିଥିଲେ। ବୋଟରେ ଥିବା ୯ ଜଣ ମତ୍ସ୍ୟଜୀବୀଙ୍କୁ ମଧ୍ୟ ଉଦ୍ଧାର କରାଯାଇଛି। ସମସ୍ତେ ସୁସ୍ଥ ଥିବା ଜଣାପଡିଛି।

Leave A Reply