ବାଲିମେଳା ଡଙ୍ଗା ବୁଡି ଘଟଣା: ମିଳିଲା ୪ଜଣଙ୍କ ମୃତଦେହ

0

ମାଲକାନଗିରି: ଚିତ୍ରକୋଣ୍ଡା ବ୍ଲକ ନାକାମାମୁଡି ପଞ୍ଚାୟତର କେନ୍ଦୁଗଡା ଗ୍ରାମରେ ଡଙ୍ଗା ବୁଡି ଘଟଣାରେ ନିଖୋଜ ଥିବା ୪ଜଣଙ୍କ ମୃତଦେହ ବୁଧବାର ଦିନ ଉଦ୍ଧାର ହୋଇଛି। ସୋମବାର ଦିନ ୭ଜଣ ବ୍ୟକ୍ତି ଚାଷ କାର୍ଯ୍ୟ ସାରି ଫେରୁଥିବା ବେଳେ ବାଲିମେଳା ଜଳଭଣ୍ଡାରରେ ଡଙ୍ଗା ବୁଡି ଯାଇଥିଲା। ୩ଜଣ ପହଁରି କୂଳକୁ ଆସି ଯାଇଥିଲେ ମଧ୍ୟ ଅନ୍ୟ ୪ଜଣ ନିଖୋଜ ହୋଇ ଯାଇଥିଲେ। ଆଜି ସକାଳୁ ସେମାନଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ମଧ୍ୟରେ ଜଣେ ଶିଶୁ ଥିବା ବେଳେ ୩ଜଣ ମହିଳା ଥିଲେ। ମୃତକଙ୍କ ନାମ ମଙ୍ଗୁଳୁ ସିଶା (୮), ଦନୈଇ ସିଶା, ଦହନା ସିଶା, ରାଧିକା ହନ୍ତାଳ। ଅଗ୍ନିଶମ ବିଭାଗ ଓ ମସ୍ୟଜୀବୀଙ୍କ ମିଳିତ ଉଦ୍ୟମରେ ସେମାନଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରାଯିବାକୁ ଘୋଷଣା କରାଯାଇଛି।

Leave A Reply