ଗ୍ରୀସ୍‌ ସମୁଦ୍ରରେ ଡଙ୍ଗା ବୁଡ଼ି ୧୨ ଶରଣାର୍ଥୀ ମୃତ, ୧୮ ନିଖୋଜ

ଏଥେନ୍ସ: ଗ୍ରୀସରେ ଶରଣାର୍ଥୀଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ସମୁଦ୍ରରେ ବୁଡ଼ିଯିବା ଫଳରେ ୧୨ ଜଣଙ୍କ ମୃତ୍ୟୁ ଘଟିଛି। ୨୦ ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ଅନ୍ୟ ୧୮ ଜଣ ନିଖୋଜ ରହିଛନ୍ତି। ସେମାନଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ବୋଲି ଗ୍ରୀସ୍‌ ତଟରକ୍ଷୀ ବାହିନୀ ପକ୍ଷରୁ କୁହାଯାଇଛି।

ତଟରକ୍ଷୀ ବାହିନୀ ମୁଖପାତ୍ର ନିକୋଲାସ ଲାଗ୍‌ଡିୟନୋସଙ୍କ ସୂଚନା ଅନୁସାରେ, ଡଙ୍ଗାଟି ୫୦ରୁ ଅଧିକ ଯାତ୍ରୀଙ୍କୁ ନେଇ ଯାଉଥିଲା। ପାଣିପାଗ ଠିକ୍‌ ରହିଥିଲା। କିନ୍ତୁ ଡଙ୍ଗା ବୁଡ଼ିବାର କାରଣ ଏଯାଏ ସ୍ପଷ୍ଟ ହୋଇନାହିଁ। ଡଙ୍ଗା ବୁଡ଼ିବା ପରେ କିଛି ଶରଣାର୍ଥୀ ଜରୁରିକାଳୀନ ସେବା ପାଇଁ ଫୋନ କରିଥିଲେ। ଏହା ପରେ ଉଦ୍ଧାରକାରୀ ଜାହାଜ ସହିତ ବାୟୁସେନାର ୨ଟି ହେଲିକପ୍ଟର, ନୌସେନାର ଏକ ହେଲିକପ୍ଟର ଏବଂ ମାଛଧରା ଡଙ୍ଗା ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ସମୁଦ୍ରରୁ ୧୨ ଜଣଙ୍କ ମୃତଦେହ ମିଳିଛି। ୨୧ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।

Comments are closed.