କାଳିଜାଇରୁ ପିକନିକ୍ ସାରି ଫେରୁଥିବା ବେଳେ ଡଙ୍ଗାବୁଡି, ୫ ଗୁରୁତର

ବାଲୁଗାଁ : ଚିଲିକାରେ ଭାରସ୍ୟାମ ହରାଇ ଏକ ଯାତ୍ରୀବାହୀ ଡଙ୍ଗାବୁଡି ଯାଇଥିବା ସୂଚନା ମିଳିଛି। ସ୍ଥାନୀୟ ଅଞ୍ଚଳର ୨୫ ଜଣ ଯାତ୍ରୀ ଏକ ଘରୋଇ ମାଛଧରା ଡଙ୍ଗାରେ କାଳିଜାଇ ପୀଠରୁ ପିକନିକ୍ ସାରି ଫେରୁଥିବା​‌ ବେଳେ ହଠାତ ଜୋର ପବନ ବହିବାରୁ ମଝି ନଦୀରେ ଡଙ୍ଗାଟି ବୁଡି ଯାଇଥିଲା। ଡଙ୍ଗାଟି ବୁଡିଯିବା ଦେଖି ପଛରେ ଆସୁଥିବା ଅନ୍ୟ ଡଙ୍ଗା ସେମାନଙ୍କୁ ଉଦ୍ଧାର କରିଥିଲେ। ଉଦ୍ଧାର ପରେ ସମସ୍ତଙ୍କୁ ବାଲୁଗାଁ ମେଡିକାଲରେ ଭର୍ତ୍ତି କରାଯାଇଛି। ଉଦ୍ଧାର କରାଯାଇଥିବା ଯାତ୍ରୀଙ୍କ ମଧ୍ୟରୁ ୫ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି। ଗୁରୁତରଙ୍କ ମଧ୍ୟରୁ ୨ ଜଣଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମଳିଛି। ଏହି ଘଟଣା ପରେ ଘରୋଇ ଡଙ୍ଗାର ଚାଳକ ଏବଂ ଯାତ୍ରୀଙ୍କୁ ବୁକିଂ କରିଥିବା ବ୍ୟକ୍ତିଙ୍କୁ ଥାନାକୁ ଆଣି ପୁଲିସ ପଚରାଉଚୁରା କରୁଥିବା ସୂଚନା ମିଳିଳି।

Comments are closed.