ଚିଲିକାରେ ଡଙ୍ଗାବୁଡି ଘଟଣା : ୩ ଡଙ୍ଗା ମାଲିକ ଗିରଫ

ବାଲୁଗାଁ : ଗତକାଲି ଚିଲିକାରେ ଭାରସ୍ୟାମ ହରାଇ ଏକ ଯାତ୍ରୀବାହୀ ଡଙ୍ଗାବୁଡି ଘଟଣାରେ ସୋମବାର ବାଲୁଗାଁ ପୁଲିସ ୩ ଜଣ ଡଙ୍ଗା ମାଲିକଙ୍କୁ ଗିରଫ କରିଛି।
ସୂଚନା ଯୋଗ୍ୟ, ସ୍ଥାନୀୟ ଅଞ୍ଚଳର ୨୫ ଜଣ ଯାତ୍ରୀ ଏକ ଘରୋଇ ମାଛଧରା ଡଙ୍ଗାରେ କାଳିଜାଇ ପୀଠରୁ ପିକନିକ୍ ସାରି ଫେରୁଥିବା‌ ବେଳେ ହଠାତ ଜୋର ପବନ ବହିବାରୁ ମଝି ନଦୀରେ ଡଙ୍ଗାଟି ବୁଡି ଯାଇଥିଲା। ଡଙ୍ଗାଟି ବୁଡିଯିବା ଦେଖି ପଛରେ ଆସୁଥିବା ଅନ୍ୟ ଡଙ୍ଗା ସେମାନଙ୍କୁ ଉଦ୍ଧାର କରିଥିଲେ। ଉଦ୍ଧାର ପରେ ସମସ୍ତଙ୍କୁ ବାଲୁଗାଁ ମେଡିକାଲରେ ଭର୍ତ୍ତି କରାଯାଇଥିଲା।

Comments are closed.