ଭୂମଧ୍ୟ ସାଗରରେ ନୌକା ବୁଡି ୧୧୫ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା

ତ୍ରିପୋଲି .- ଭୂମଧ୍ୟ ସାଗର ମଧ୍ୟରେ ଏଜ ନୌକା ବୁଡି ଯିବାରୁ ୧୧୫ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ସୂଚନା । ଏହା ଚଳିତ ବର୍ଷର ସବୁଠାରୁ ବଡ ନୌକା ଦୁର୍ଘଟଣା ବୋଲି ଅନ୍ତର୍ଜାତୀୟ ଖବର ସରୋବରାହ ସଂସ୍ଥା ରଏଟର୍‌ରେ ଖବର ପ୍ରକାଶିତ ହୋଇଛି । ୧୩୪ ଜଣ ଯାତ୍ରୀଙ୍କୁ ଲିବିୟାର କୋଷ୍ଟଗାର୍ଡ ଓ ସ୍ଥାନୀୟ ମତ୍ସଜୀବୀମାନେ ଉଦ୍ଧାର କରିଛନ୍ତି ।
ଏକ କାଠର ନୌକାରେ ୨୫୦ରୁ ଅଧିକ ଯାତ୍ରୀ ଯାତ୍ରା କରୁଥିବା ବେଳେ ଏହା ମଝି ସମୁଦ୍ରରେ ବୁଡି ଯାଇଥିଲା । ବେଆଇନ ଭାବେ କିଛି ଶରଣାର୍ଥୀଙ୍କୁ ନେଇ ଏହି  ନୌକା ଯାତ୍ରା କରୁଥିଲା ବୋଲି ଲିବିୟା ନୌସେନା ପକ୍ଷରୁ କୁହାଯାଇଛି । ଅଧିକାଂଶର ଲୋକ ଆଫ୍ରିକା ଓ ଆରବ ବୋଲି ଜଣାପଡିଛି । ଏହି ନୌକାଟି ତ୍ରିପୋଲି ନିକଟରେ ବୁଡିଯାଇଥିବା ଲିବିୟା ନୌସେନର ମୁଖପାତ୍ର ଆୟୁବ କ୍ୱାସିମ୍‌ କହିଛନ୍ତି ।

ଅନେକ ଶରଣାର୍ଥୀ ଏହି ନୌକାରେ ଯାତ୍ରା କରୁଥିଲେ । ଲିବିୟାରେ ପହଁଚିବା ପରେ ସେମାନେ ବେଆଇନ ଭାବେ ୟୁରୋପକୁ ଯାତ୍ରା କରିଥାଆନ୍ତି । ଏହି ୬ ମାସ ମଧ୍ୟରେ ଭୂମଧ୍ୟ ସାଗରରେ ନୌକାବୁଡି ୬୦୦ ଲୋକଙ୍କର ଜୀବନ ଗଲାଣି । ପ୍ରତିବର୍ଷ ବେଆଇନ ଭାବେ ନୌକାରେ ଯାତ୍ରା କରୁଥିବା ବେଳେ ହଜାର ହଜାର ଲୋକ ନୌକା ବୁଡିବା ଯୋଗୁଁ ଜୀବନ ହରାଉଛନ୍ତି ।

Comments are closed.