ବୋଟ୍‍ରୁ ଡେଇଁ ମତ୍ସ୍ୟଜୀବୀଙ୍କ ଆତ୍ମହତ୍ୟା

0

ଧାମରା: ମାଛ ଧରୁଥିବା ସମୟରେ ଶତର ମଲ୍ଲିକ ନାମକ ଜଣେ ମତ୍ସ୍ୟଜୀବୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ପଞ୍ଚରତନ ନାମକ ଏକ ବୋଟରେ ସେ ମାଛ ଧରିବ ପାଇଁ ସମୁଦ୍ରକୁ ଯାଇଥିଲେ। ମାଛ ଧରିବାକୁ ଯାଇଥିବା ଆଉ କିଛି ମତ୍ସ୍ୟଜୀବୀଙ୍କ ସୂଚନା ମୁତାବକ ସକାଳ ପ୍ରାୟ ୭ଟା ବେଳେ ଶରତ ବୋଟ୍‍ରୁ ସମୁଦ୍ରକୁ ଡେଇଁ ଆତ୍ମହତ୍ୟା କରିଥିଲେ। ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଶରତଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ଭଦ୍ରକ ଡାକ୍ତରଖାନାକୁ ପଠାଯାଇଛି। ଧାମରା ମେରାଇନ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଛି।

Leave A Reply